ମୁୁମ୍ବାଇ: ‘ଲାପତା ଲେଡିଜ’କୁ ଓସ୍କାର ୨୦୨୫ ପାଇଁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ମନୋନୀତ କରାଯାଇଛି । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନିଶାନ୍ତୀ ଗୋଏଲ, ପ୍ରତିଭା ରାନ୍ତା, ସ୍ପର୍ଶ ଶ୍ରୀବାସ୍ତବ, ରବି କିଶନ ଓ ଛାୟା କଦମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସାକନିଲକର ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ବକ୍ସ ଅପିସରେ ୨୭.୦୬ କୋଟି ଟଙ୍କା କାରବାର କରିଥିଲା । ଏହି ଫିଲ୍ମଟି ଓଟିଟିରେ ରିଲିଜ୍ ହୋଇଥିଲେ ହେଁ ଦର୍ଶକଙ୍କ ଭରପୁର ଭଲ ପାଇବା ପାଇଥିଲା । ସିନେ ସମୀକ୍ଷକ ଏହି ଫିଲ୍ମକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ଗତ ସପ୍ତାହରେ କିରଣ ରାଓ ପିିଟିଆଇକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ସ୍ୱପ୍ନ ଥିଲା ଯେ, ଫିଲ୍ମଟି ଓସ୍କାର ୨୦୨୫ ପାଇଁ ମନୋନୀତ ହେଉ । ଯଦି ଏହା ଓସ୍କାରକୁ ଯାଏ ତେବେ ମୋ ସ୍ୱପ୍ନ ପୂରଣ ହୋଇଯିବ । ଆଉ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି । ଏବେ ଭାରତ ପକ୍ଷରୁ ‘ଲାପତା ଲେଡିଜ’କୁ ଓସ୍କାର ୨୦୨୫ ପାଇଁ ମନୋନୀତ କରାଯାଇଛି ।
ଓସ୍କାର ୨୦୨୫ ପାଇଁ ସ୍ତ୍ରୀ ୨, ମୁଞ୍ଜ୍ୟା, ମହାରାଜ, ଭକ୍ଷକ ଓ କ୍ରୁ ପରି ଫିଲ୍ମ ନାମ ଉପରେ ବିଚାର କରାଯାଇଥିଲା । ହେଲେ ଏହି ସବୁ ଫିଲ୍ମକୁ ପଛରେ ପକାଇ ‘ଲାପତା ଲେଡିଜ’କୁ ଓସ୍କାର ପାଇଁ ଏ ଣ୍ଟ୍ରି ମିଳିଛି । ୯୭ତମ ଓସ୍କାରର ନୋମିନେସନ ୨୦୨୫ ଜାନୁଆରୀ ୧୭ରେ ଘୋଷଣା କରାଯିବ । ସେହିପରି ମାର୍ଚ୍ଚରେ ଓସ୍କାର ୨୦୨୫ର ବିଜେତାଙ୍କ ଘୋଷଣା କରାଯିବ । ଓସ୍କାର ୨୦୨୫ର ଗତ ବର୍ଷ ପରି ପ୍ରସାରଣ ହେବ । ଭାରତୀ ସମୟ ଅନୁସାରେ ମାର୍ଚ୍ଚ ୩ ତାରିଖ ଭୋର ୪ଟାରୁ ସାଢେ ୪ଟା ମଧ୍ୟରେ ଏହାର ସିଧା ପ୍ରସାରଣ ଦେଖି ପାରିବେ ।