ଜନ୍ମଦିନ ଅବସରରେ ସୁଶାନ୍ତଙ୍କ ନିକଟରେ ନିଜର ପ୍ରେମ ପ୍ରକାଶ କଲେ ରିୟା
Khabar Odisha:entertainment-odisha-rhea-chakraborty-birthday-wish-for-sushant-singh-rajput-with-these-unseen-pictures
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା) :

ସୁଶାନ୍ତ ସିଂହ ରାଜପୁତ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ସୁଶାନ୍ତଙ୍କ ଜନ୍ମଦିନରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସ୍ଵତନ୍ତ୍ର ଉପାୟରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ସୁଶାନ୍ତଙ୍କ ବିତାଇଥିବା କିଛି ଅନସିନ୍ ମୁହୂର୍ତ୍ତ ସେୟାର କରିଛନ୍ତି। ରିୟାଙ୍କ ଏହି ଫଟୋ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ରିୟା ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କକୁ ଏବେ ଅଫିସିଆଲ କରି ସାରିଛନ୍ତି। 

ରିୟା ସୁଶାନ୍ତଙ୍କ ସହ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଦୁହିଁଙ୍କ କେମେଷ୍ଟ୍ରୀ ଜବରଦସ୍ତ ରହିଛି। ଦୁହେଁ ଦୁହିଁଙ୍କ ସହ କମ୍ଫଟେବୁଲ ନଜର ଆସୁଛନ୍ତି। ତେବେ କିଛି ଦିନ ହେବ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି ସୁଶାନ୍ତ ରିୟାଙ୍କ ଘରକୁ ସିପ୍ଟ ହୋଇଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଦୁହେଁ ଏବେ ଲିଭଇନ ରିଲେସନସିପରେ ଅଛନ୍ତି। 

ସୁଶାନ୍ତ ଏହା ପୂର୍ବରୁ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ସହ ଚର୍ଚ୍ଚାରେ ଥିଲେ। ଏହାପରେ ସେ କୃତି ସେନନକୁ ଡେଟ୍ କରୁଥିଲେ। ଏହାପରେ ସୁଶାନ୍ତ କିଛି ଦିନ ପୂର୍ବରୁ ସାରା ଅଲୀଙ୍କ ସହ ନଜର ଆସିଥିଲେ। 

Subscribe

National International State Sports Entertainment