ନିଜ ଜୀବନକୁ ନେଇ ନିରାଶ ଅଛନ୍ତି ପାକିସ୍ତାନୀ- ଅଦନାନ ସାମୀ
Khabar Odisha:entertainment-odisha-adnan-sami-who-is-constantly-being-trolled-said-pakistanis-are-troubled-by-life
ନୂଆଦିଲ୍ଲୀ, ଅଗଷ୍ଟ ୧୯ (ଖବର ଓଡିଶା) :

ଭାରତୀୟ ସମ୍ବିଧାନରୁ ଧାରା ୩୭୦ ଇତିହାସ ହେବା ପରେ ପାକିସ୍ତାନ ଉତ୍ତେଜିତ ହୋଇ ଉଠିଛି । ତେବେ ଏଥିରୁ ଗାୟକ ଅଦନାନ ସାମୀ ବର୍ତ୍ତି ନାହାଁନ୍ତି । ତାଙ୍କୁ ବହୁ ଟ୍ରୋଲର ସାମ୍ନା କରିବାକୁ ପଡୁଛି । ଏହି ମଧ୍ୟରେ ଅଦନାନ ମୁହଁ ଖୋଲି ଟ୍ରୋଲରସଙ୍କୁ ଜବରଦସ୍ତ ଜବାବ ଦେଇଛନ୍ତି । 

ଅଦାନାନ କହିଛନ୍ତି କି, ପାକିସ୍ତାନୀମାନେ ନିଜ ଜୀବନଶୈଳୀକୁ ନେଇ ନିରାଶ ଅଛନ୍ତି । ସେମାନେ ଏବେ ଅନୁଭବ କରି ପାରୁଛନ୍ତି କି, ମୁଁ ଏସବୁରୁ ବାହାରି ଆଗକୁ ବଢି ସାରିଛି । ସେବେଠାରୁ ସେମାନେ ମୋ ଉପରେ ବିଷ ଓଗାଳୁଛନ୍ତି । ଏହାପରେ ତାଙ୍କ ପୋଷ୍ଟରେ ଜଣେ ଫ୍ୟାନ ତାଙ୍କୁ ଏକ ପ୍ରଶ୍ନ କରିଥିଲେ । ଯାହାର ଉତର ଦେବାକୁ ଯାଇ ଅଦନାନ କହିଛନ୍ତି କି, କିଛି କଥା ନାହିଁ । ପାକିସ୍ତାନୀମାନେ ସମ୍ପୁର୍ଣ୍ଣ ରୂପରେ ଅସହାୟ । ତେବେ ଏଥିପାଇଁ ମୁଁ ସେମାନଙ୍କୁ କ୍ଷମା କରୁଛି । ଭଗବାନ ସେମାନଙ୍କ ଜୀବନକୁ ସୁଧାର କରୁ ବୋଲି ମୁଁ ପ୍ରାର୍ଥନା କରୁଛି । ସେମାନେ ବାସ୍ତବିକ ଭାବେ ପୀଡିତ ଅଛନ୍ତି । 

ତେବେ ସାମୀ ବ୍ରିଟେନରେ ଜନ୍ମିତ । ସେ ପ୍ରଥମେ ପାକିସ୍ତାନର ଜଣେ କାନ୍ନାଡାଇ ନାଗରିକ ଥିଲେ । କିନ୍ତୁ ୨୦୧୬ରେ ସେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ । କଭି ତୋ ନଜର ମିଲାଓ, ଲିଫଟ କରା ଦେ ଭଳି ଗୀତ ସେ ବଲିଉଡକୁ ଉପହାର ଦେଇଛନ୍ତି । ଏତଦ୍ ବ୍ୟତୀତ ମହାନ ଗାୟକ କିଶୋର କୁମାରଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ଅଦନାନ ସାମୀଙ୍କ ନାମ ଶୁଣିବାକୁ ମିଳିଛି । 

Subscribe

National International State Sports Entertainment