ତିନି ଦିନରେ ୫୦ କୋଟି ବ୍ୟବସାୟ କଲା ହାଉସଫୁଲ ୪
Khabar Odisha:entertainment-odisha-3rd-day-box-office-collections-of-housefull-4
ନୂଆଦିଲ୍ଲୀ, ଅକ୍ଟୋବର ୨୮ (ଖବର ଓଡିଶା) :

ଅକ୍ଷୟ କୁମାରଙ୍କର ମୋଷ୍ଟ ଆୱେଟେଡ୍ ଫିଲ୍ମ ହାଉସଫୁଲ ୪ ଏବେ ବକ୍ସ ଅଫିସରେ ହଙ୍ଗାମା କରୁଛି। ଅକ୍ଟୋବର ୨୫ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଫରହାଦ ସାମଜୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ହାଉସଫୁଲ ୪ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ କୃତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଦା, ବବି ଦେୱଲ, ଓ ପୂଜା ଗର୍ଗ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଫିଲ୍ମର ବ୍ୟବସାୟକୁ ଦେଖି ଲାଗୁଛି କି, ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। 

ବକ୍ସ ଅଫିସ ଇଣ୍ଡିଆ ଅନୁସାରେ ହାଉସଫୁଲ ୪ ପ୍ରଥମ ଦିନରେ ୧୮.୫୦ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୧୪.୨୫ କୋଟି ବ୍ୟବସାୟ କରିଥିଲା। ଏହି ହିସାବରେ ଫିଲ୍ମ ତିନି ଦିନରେ ସମୁଦାୟ ୫୦.୭୫ କୋଟି ବ୍ୟବସାୟ କରିଛି। 

ହାଉସଫୁଲ ୪ ଏକ କମେଡି ଫିଲ୍ମ। ପ୍ରଥମରୁ ନେଇ ଶେଷ ଯାଏଁ ଆପଣ ହସିହସି ବେଦମ ହୋଇଯିବେ। ଫିଲ୍ମରେ ଅକ୍ଷୟ କୁମାରଙ୍କ ଭୂମିକା ବେଶ୍ ଦମଦାର ରହିଛି। ଫ୍ୟାନ୍ସଙ୍କ ନିକଟରେ ଏହି ଫିଲ୍ମ ବେଶ୍ ଆଦୃତ ହୋଇଥିବା ଜଣା ପଡିଛି। 

Subscribe

National International State Sports Entertainment