କଟକ,ଜୁନ ୩(ଖବର ଓଡିଶା):
କୋର୍ଟଙ୍କ ନିର୍ଦ୍ଦେଶକୁ କେଇ ଘଣ୍ଟା ନଯାଉଣୁ ମାନିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୩୦ ହଜାର ଟଙ୍କା ଦେଇଛନ୍ତି ଅନୁଭବ। ବର୍ଷାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିବା କୋର୍ଟଙ୍କୁ ଅନୁଭବ ଜଣାଇଛନ୍ତି। ବିକଳ୍ପ ରହଣି ପାଇଁ ବର୍ଷାକୁ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟ କହିଥିଲେ।
ଗୁରୁବାର ଏସଡିଜେମ କୋର୍ଟଙ୍କ ଶୁଣାଣି ପରେ ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ଏକ ଭିନ୍ନ ମୋଡ଼ ନେଇଥିଲା। ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବର୍ଷା ।