ଡ଼୍ରଗ୍ସ ମାମଲାରେ ବନ୍ଧା ହେବେ କି ଆରୟନ୍‌?,ଫୋନ୍ ଜବତ କରିବା ସହ ୱାଟ୍ସ ଅପ୍ ଚାର୍ଟରେ ଧିରେ ଧିରେ ଖୋଲୁଛି ଗୁମର
Khabar Odisha:Will-Aryan-be-arrested-in-connection-with-the-drug-case
ମୁମ୍ବାଇ ,ଅକ୍ଟୋବର ୩(ଖବର ଓଡ଼ିଶା):

ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଗତକାଲି ମୁମ୍ବାଇ ରୁ ଗୋଆ ଯାଉଥିବା ଗୋଟିଏ ଜାହାଜରେ ହେଉଥିବା ଡ଼୍ରଗ୍ସ ପାର୍ଟି ଉପରେ ଚଢାଉ କରାଯାଇଛି । ଏହି ପାର୍ଟି ୩ଦିନ ପାଇଁ ଆୟୋଜନ କରାଯାଇଥିଲା । ଯେଊଁଥିରେ ନାଚ,ଗୀତ ଠାରୁ ଆରମ୍ଭ କରି ଡ଼୍ରଗ୍ସ ମଧ୍ୟ କାରବାର କରାଯାଉଥିଲା । ହେଲେ ଠିକ୍ ଏହି ସମୟରେ ଯାତ୍ରୀ ଭାବରେ ପହଂଚିଥିଲେ ଏନ୍‌ସିବି ର ଗୋଟିଏ ଟିମ୍ ପରେ ଜାଣିବାକୁ ପାଇଥିଲେ ଯେ ସେଠାରେ ବଲିଉଡ଼୍ ,ଫ୍ୟାସନ୍ ଓ ବଡ଼ ବଡ଼ ବ୍ୟବସାୟୀ ଲୋକମାନେ ସାମିଲ୍ ଥିଲେ ।

ତେବେ ଏହି ମାମଲାରେ ପୋଲିସ୍ ୮ ଜଣ ଲୋକଙ୍କୁ ଗିରଫ କରିସାରିଲାଣି । ଏନସିବିର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଯେ ଗତକାଲି କାଁର୍ଡ଼େଲିୟା ଜାହାଜରେ ଚଢାଉ କରାଯାଇଥିଲା ଓ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ପାର୍ଟି ନିୟୋଜକଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ଆଜି ସେମାନଙ୍କୁ ପଚରାଉଚରା ପାଇଁ ଡ଼କାଯି,ଏହାକୁ ନେଇ ଅଧିକ ଖୋଳତାଡ଼ ମଧ୍ୟ ଜାରୀ ରହିଛି । ତେବେ ଏହା ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାରେ ବଲିଉଡ଼୍ ଷ୍ଟାର୍ ସାହାରୁକ୍ ଖାନ୍ ଙ୍କ ପୁଅ ଆରୟନ୍ ଖାନ୍ ଙ୍କୁ ମଧ୍ୟ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।

ପଚରାଉଚରା ବେଳେ ଆରୟନ୍ କହିଛନ୍ତି ଯେ ତାଙ୍କୁ ଏହି ପାଟିଁରେ ଗେଷ୍ଟ୍ ଭାବରେ ନିମନ୍ତ୍ରଣ କରାଯାଇଥିଲା ଏବଂ ଏହି ପାର୍ଟିରେ ସାମିଲ୍ ହେବା ପାଇଁ ସେ କୌଣସି ଟଙ୍କା ମଧ୍ୟ ଦେଇନାହାନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ପାର୍ଟି ଆୟୋଜନ କରୁଥିବା ବ୍ୟକ୍ତି ତାଙ୍କ ନାଁରେ ଆଡ଼ଭଟାଇଜମେଣ୍ଟ  କରି ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ମାମଲାରେ ଏନସିବି ଆରୟନ୍ ଙ୍କ ଫୋନ୍ ଜବତ କରିବା ସହିତ ବିଭିନ୍ନ ଲୋକଙ୍କ ସହ କରାଯାଇଥିବା ଚାର୍ଟକୁ ମଧ୍ୟ ଅନୁଧ୍ୟନ କରୁଛି କିଛି ତଥ୍ୟ ମଧ୍ୟ ହସ୍ତଗତ ହୋଇଥିବା ସୁଚନା ମିଳିଛି ।

କେବଳ ସେ ଏହା ନୁହେଁ ଜାହାଜ ରେ ହେଉଥିବା ଏହି ପାର୍ଟିରେ ଦିଲ୍ଲୀରୁ ୩ ଜଣ ଯୁବତୀ ମଧ୍ୟ ଆସିଥିଲେ । ଯାହା ସୁଚନା ମିଳିଛି ଏହି ତିନି ଜଣ ଯୁବତୀ କିଛି ବଡ଼ ବଡ଼ ବ୍ୟବସାୟୀଙ୍କ ଝିଅ ଏବଂ ସେମାନଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ୍ । ଏନସିବିର ଜଣେ ଅଧିକାରୀ କହିଛନ୍ତି ଏହି ମାମଲାରେ ବିଭିନ୍ନ ଦୃଷ୍ଟି କୋଣ ରୁ ଯାଞ୍ଚ ପ୍ରକ୍ରିୟା ଚାଲୁଛି ଫଳରେ ଏହି ଘଟଣାରେ ଯାହାର ସମ୍ପୃକ୍ତି ବାହାରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

  • Tags:

Subscribe

National International State Sports Entertainment