ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ‘ଧୁରନ୍ଧର ଫିଲ୍ମର ପାର୍ଟ-୨' ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ‘ଧୁରନ୍ଧର ପାର୍ଟ ୨ର କିଛି ଟା ଝଲକ ଦେଖିବାକୁ ମିଳିବ। ଯାହାକୁ ଦେଖିବାକୁ ପ୍ରଶଂସକମାନେ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି।ଧୁରନ୍ଧର ପରି ମଧ୍ୟ ଧୁରନ୍ଧର ପାର୍ଟ-୨ ଦମଦାର ଆକ୍ସନ ସହ ଭରପୁର ରୋମାନ୍ସ ଦର୍ଶକ ଦେଖିବାକୁ ପାଇବେ ବୋଲି ନିର୍ଦେଶକ କହିଛନ୍ତି। ଏହାସହିତ ଏହି ସିନେମା ମଧ୍ୟ ବ୍ୟବସାୟିକ ସଫଳତା ଆଣିଦେବ ବୋଲି ବିଶ୍ୱାସ ରଖିଛନ୍ତି ନିର୍ଦେଶକ।
ତେବେ ଜାନୁଆରୀ ୨୩ ତାରିଖରେ ସନ୍ନି ଦେଓଲଙ୍କ ଫିଲ୍ମ ବର୍ଡର ୨ ହଲରେ ରିଲିଜ ହେବାକୁ ଯାଉଛି। ସେହି ଦିନ ମଧ୍ୟ ଧୁରନ୍ଧର ପାର୍ଟ ୨ ର ଟିଜର ପରଦାକୁ ଆସିବ। ତେବେ ଧୁରନ୍ଧର ୨ ଏବଂ ବର୍ଡର ୨ ଦୁଇଟି ଯାକ ରାଷ୍ଟ୍ରବାଦୀ ଫିଲ୍ମ। ତେଣୁ ଦୁଇଟି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଉଭୟ ଫିଲ୍ମର ନିର୍ଦେଶକମାନେ ଆଶାବାଦୀ ଅଛନ୍ତି।
“ବର୍ଡର ୨” ଫିଲ୍ମରେ ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଦେଶ ଭକ୍ତି ସହିତ ଶତ୍ରୁର ବିନାଶ ଦର୍ଶକ ଦେଖିବାକୁ ପାଇବେ। “ବର୍ଡର ୨ ” ର ଗୀତଗୁଡ଼ିକ ଅନଲାଇନରେ ଟ୍ରେଣ୍ଡ ସୃଷ୍ଟି କରୁଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ। ଏପରିକି ‘ଧୁରନ୍ଧର ଫିଲ୍ମର ପାର୍ଟ-୨'ରେ ମଧ୍ୟ ରଣବୀର ସିଂ ଲିଡ଼ କ୍ୟାରେକ୍ଟରରେ ରହିଥିବା ବେଳେ ଆହୁରି ଅନେକ ନୂଆ ନୂଆ ଚେହେରା ଦର୍ଶକ ଦେଖିବାକୁ ପାଇବେ।
ଅଧିକ ପଢନ୍ତୁ ; The Raja Saab Box Office Collection: ପ୍ରଭାସଙ୍କ 'ଦି ରାଜା ସାବ' ଦ୍ୱିତୀୟ ଦିନରେ ହିଁ ଖସିଗଲା