ମୁମ୍ବାଇ: ଜାନୁଆରୀ ୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ପାନ-ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ଫିଲ୍ମ। ତାଙ୍କର ହରର-କମେଡି ଫିଲ୍ମକୁ ମିଶ୍ରିତ ସମୀକ୍ଷା ମିଳୁଛି। ଦର୍ଶକ ଏହାକୁ ବିଶେଷ ପସନ୍ଦ କରୁନାହାଁନ୍ତି। ପ୍ରଥମ ଦିନରେ ଫିଲ୍ମଟି ଭଲ ରୋଜଗାର କରିଥିଲା, ଦ୍ୱିତୀୟ ଦିନରେ ଏହାର କଲେକ୍ସନ ହ୍ରାସ ପାଇଛି, ଯାହା ଫଳରେ ଏହା କମ୍ ସଫଳ ହୋଇଛି। ଦି ରାଜା ସାବର ଦ୍ୱିତୀୟ ଦିନର କଲେକ୍ସନ ମଧ୍ୟ ସାମ୍ନାକୁ ଆସିଛି। ପ୍ରଭାସଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ସଞ୍ଜୟ ଦତ୍ତ, ବୋମନ ଇରାନୀ, ନିଧି ଅଗ୍ରୱାଲ, ରିଦ୍ଧି କୁମାର ଏବଂ ମାଲବିକା ମୋହନନ। ଏହି ଫିଲ୍ମଟି ମାରୁତିଙ୍କ ଦ୍ୱାରା ନିର୍ଦ୍ଦେଶିତ। ପ୍ରଭାସ ମଧ୍ୟ ତାଙ୍କ ଅଭିନୟରେ ଲୋକଙ୍କୁ ପ୍ରଭାବିତ କରିପାରିଲେ ନାହିଁ। ଫିଲ୍ମଟି ଏପର୍ଯ୍ୟନ୍ତ ଦ୍ୱତୀୟ ଦିନ ୧୦ କୋଟି ଟଙ୍କା ମଧ୍ୟ ଅତିକ୍ରମ କରିପାରିଲା ନାହିଁ।
ସାକନିଲ୍କରୁ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଦି ରାଜା ସାବ ଦ୍ୱିତୀୟ ଦିନରେ ୯.୭୨ କୋଟି ସଂଗ୍ରହ କରିଛି, ଯାହା ମୋଟ କଲେକ୍ସନ ୭୨.୮୩ କୋଟିକୁ ପହଞ୍ଚାଇଛି। ପେଡ୍ ପ୍ରିଭ୍ୟୁରୁ ଫିଲ୍ମଟି ୯.୧୫ କୋଟି ସଂଗ୍ରହ କରିଛି। ଶୁକ୍ରବାର ଦିନ ଏହା ୫୩.୭୫ କୋଟି ଟଙ୍କା ସଂଗ୍ରହ କରିଛି।
‘ଦ ରାଜା ସାବ୍’ର ବିଶ୍ୱବ୍ୟାପୀ ସଂଗ୍ରହ ବିଷୟରେ, ଫିଲ୍ମଟି ପ୍ରଥମ ଦିନରେ ୧୦୦ କୋଟି କ୍ଲବରେ ପହଞ୍ଚିଛି। ଫିଲ୍ମଟି ପ୍ରଥମ ଦିନରେ ବିଦେଶରେ ୨୬ କୋଟି ଟଙ୍କା ସଂଗ୍ରହ କରିଛି। ‘ଦ ରାଜା ସାବ୍’ ପ୍ରଥମ ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିସାରିଛି।
‘ଦ ରାଜା ସାବ୍’ ନକାରାତ୍ମକ ସମୀକ୍ଷା ପାଉଛି। ଦର୍ଶକଙ୍କ ସହିତ ସମାଲୋଚକମାନେ ମଧ୍ୟ ଫିଲ୍ମଟିକୁ ସେତେ ପସନ୍ଦ କରୁନାହାଁନ୍ତି। ଏହି ହରର-କମେଡି ଦର୍ଶକଙ୍କୁ ସେତେଟା ପ୍ରଭାବିତ କରିନାହିଁ। କାର୍ଯ୍ୟ କ୍ଷେତ୍ରରେ, ପ୍ରଭାସ ଆଗକୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସ୍ପିରିଟରେ ନଜର ଆସିବେ। ତୃପ୍ତି ଡିମରି ସ୍ପିରିଟରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।