୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ। ଜନ୍ମଦିନ ଉପଲକ୍ଷେ ହ୍ରିତିକଙ୍କୁ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରିବା ସହିତ ସେ ସବୁବେଳେ ଖୁସି ରୁହନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ସମୟରେ ହ୍ରିତିକଙ୍କ ବାପା ରାକେଶ ରୋଶନ୍ ମଧ୍ୟ ପୁଅକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ରାକେଶ ରୋଶନ ଇନଷ୍ଟାଗ୍ରାମରେ ହ୍ରିତିକ୍ଙ୍କ ଏକ ଏଆଇ-ଜେନେରେଟେଡ୍ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ, “ଡୁଗ୍ଗୁ, ମୁଁ ତୁମକୁ ଖୁବ୍ ଭଲ ପାଏ। ଯେଉଁଥିରେ ଉଭୟଙ୍କୁ ଏକାଠି ପିଲାଦିନ ଏବଂ ଯୌବନାବସ୍ଥାରେ ଦେଖିବାକୁ ମିଳିଛି।
ହ୍ରିତିକଙ୍କ ପ୍ରଥମେ ଶିଶୁ କଳାକାର ଭାବରେ ‘‘ଆଶା’’ ଫିଲ୍ମରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ "କହୋନ ପ୍ୟାର ହେ" ତାଙ୍କର ପ୍ରଥମ ସିନେମା ଥିଲା। ଏହା ପରେ ସେ କୋଇ ମିଲ ଗୟା,କ୍ରିସ, ଧୂମ୨, ଯୋଦ୍ଧା ଆକବର ,ମିଶନ କାଶ୍ମୀର, ଲକ୍ଷ୍ୟ,ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା,କ୍ରିସ ୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିଜ ସିନେମା ମାଧ୍ୟମରେ ସେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଆଉ ଘରେ ଘରେ ମଧ୍ୟ ହ୍ରିତିକଙ୍କ ଫ୍ୟାନ୍ସମାନେ ଭରି ହୋଇ ରହିଛନ୍ତି। ଏପିରିକି ତାଙ୍କ ଅଭିନୀତ ସିନେମା ପାଇଁ ମଧ୍ୟ ସେ ଅନେକ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଥିଲେ।
ଅଧିକ ପଢନ୍ତୁ : ଦୀପିକା ପାଦୁକୋନ୍ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ