ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଖୁବ ଶୀଘ୍ର ହେବେ ଡିସଚାର୍ଜ
Khabar Odisha:Veteran-actor-Dillip-Kumars-health-is-stable-and-he-will-be-discharged-soon
ମୁମ୍ବାଇ, ଜୁନ ୦୭ (ଖବର ଓଡ଼ିଶା):

ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଶୀଘ୍ର ଡିସଚାର୍ଜ ହେବେ ବୋଲି ତାଙ୍କ ଟ୍ବିଟରରେ ଆକାଉଣ୍ଟ ଦ୍ବାରା ସୂଚନା ଦିଆଯାଇଛି ।

ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ସ୍ୱାସ୍ଥ୍ୟ ଅପଡେଟ୍ ହ୍ବାଟସଆପରେ ପ୍ରଚାରିତ ଗୁଜବର ଶିକାର ନହେବାକୁ ଅନୁରୋଧ କରାଯାଇଛି ଓ ସେ ୨-୩ ଦିନରେ ଘରକୁ ଫେରିଆସିବେ ବୋଲି କୁହାଯାଇଛି ।

  • Tags:

Subscribe

National International State Sports Entertainment