ରିଲିଜ୍ ହେଲା 'ଅମର ସିଂ ଚମକିଲା'ର ଟିଜର । ଦିଲଜିତ ଦୋସାଞ୍ଜ ଏବଂ ପାରିନୀତି ଚୋପ୍ରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଅମର ସିଂ ଚାମକିଲା'ର ଟିଜର ମୁକ୍ତିଲାଭ କରିଛି। OTT ପ୍ଲାଟଫର୍ମକୁ ଟକ୍କର ଦେବ ଏହି ଚଳଚ୍ଚିତ୍ର । ଟିଜରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚାମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି। ଅମର ସିଂ ଚମକିଲା ପଞ୍ଜାବୀ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ କଳାକାର ଥିଲେ । ସଂଗୀତ ଜଗତରେ ତାଙ୍କ ନାମ ଏକ ସ୍ୱତନ୍ତ୍ର ସ୍ଥାନରେ ରହିଥିଲା । ସେ ପଞ୍ଜାବର ଜଣେ ହାଇଏଷ୍ଟ ପେଡ଼ ଆଟିଷ୍ଟ ଥିଲେ ।
ତେବେ 'ଅମର ସିଂ ଚମକିଲା' ଚଳଚିତ୍ରରେ ପଞ୍ଜାବର ଏହି ସୁପରଷ୍ଟାରଙ୍କ ଷ୍ଟୋରି ଦେଖିବାକୁ ମିଳିବ । ଇମତିଆଜ ଅଲିଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଚଳଚିତ୍ର ଏପ୍ରିଲ୍ ୧୨ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଙ୍ଗ୍ଲିକ୍ସରେ ରିଲିଜ୍ ହେବ । ଏହା ପୂର୍ବରୁ ଏହି ଫିଲ୍ମ ମାର୍ଚ୍ଚ ୨୯ ରେ ସିନେମା ହଲ୍ରେ ରିଲିଜ୍ ହେବାକୁ ଯାଉଛି ।ତେବେ ରିଲିଜ ହୋଇଥିବା 'ଅମର ସିଂ ଚମକିଲା'ର ଟିଜର ଇଷ୍ଟଗ୍ରାମ୍ ଆକାଉଣ୍ଟ netflix_inରେ ସେୟାର କରାଯାଇଛି । ଯାହାକୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଛନ୍ତି । ପଞ୍ଜାବର ଲୋକଙ୍କ ମଧ୍ୟରେ ଲୋକପ୍ରିତା ହାସଲ କରିଥିବା ଅମର ସିଂ ଚମକିଲାଙ୍କ ଗୀତ ଆଜି ବି ହୃଦୟସ୍ପର୍ଶୀ ।
'ପହଲେ ଲଲକାରେ ନାଲ୍', ଭକ୍ତି ଗୀତ 'ବାବା ତେରା ନାନକାନା' ପରି ଅନେକ ପ୍ରସିଦ୍ଧ ଗୀତ ରଚନା କରିଥିଲେ ଅମର ସିଂ ଚମକିଲା । ଏହିପରି ଅମର ସିଂ ଚମକିଲା ଆହୁରି କିଛି ଗୀତ ଏବେ ପର୍ଯ୍ୟନ୍ତ ବି ଲୋକମାନେ ପସନ୍ଦ କରନ୍ତି । ତେବେ ଅମର ସିଂ ଚମକିଲାଙ୍କ ବିଷୟରେ ହୋଇଥିବା ଏହି ଚଳଚିତ୍ରକୁ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି ।
ଅଧିକ ପଢନ୍ତୁ :ଟ୍ରେଲର Out...