ଆଜି ରିଲିଜ ହୋଇଛି ଶିଳ୍ପା ସେଠୀ କୁନ୍ଦ୍ରାଙ୍କ ଅଭିନୀତ ଫିଲ୍ମ 'ସୁଖୀ' । ଏହି ଫିଲ୍ମରେ ଶିଳ୍ପା ଜଣେ ଗୃହିଣୀ ଭୂମିକାରେ ଅଛନ୍ତି । ଏହି ଫିଲ୍ମର କାହାଣୀ ଜଣେ ମଧ୍ୟବିତ୍ତ ପରିବାର ରେ ଥିବା ଜଣେ ସାଧାରଣ ଗୃହିଣୀ ର କାହାଣୀ ଉପରେ ଆଧାରିତ । ଯେଉଁମାନେ ବି କାମ କରୁଛନ୍ତି ତାଙ୍କୁ ଗୋଟିଏ ଦିନ ଛୁଟି ମିଳିଥାଏ ହେଲେ ଜଣେ ଗୃହିଣୀଙ୍କୁ ତାଙ୍କ ଜୀବନରେ କେବେ ବି ଛୁଟି ମିଳିନଥାଏ । ଗୋଟିଏ ଦିନ ପାଇଁ ପୁରା ଦୁନିଆ ବନ୍ଦ ହୋଇ ଗଲେ ମଧ୍ୟ ଗୋଟିଏ ଗୃହିଣୀ ସବୁବେଳେ ତା କାମରେ ବ୍ୟସ୍ତ ଥାଏ । ସେ ଏକା ହୋଇ ମଧ୍ୟ ଜଣେ ମା', ପତ୍ନୀ, ବୋହୁ ଭଳି ଅନେକ ଭୂମିକା ନିଭେଇ ଥାଏ । ବିନା ଦରମା ରେ ବିନା କୌଣସି ଅଭିଯୋଗରେ ସବୁବେଳେ ସମସ୍ତଙ୍କ ଭଲମନ୍ଦ ବୁଝିଥାଏ । ଏହି ପ୍ରସଙ୍ଗକୁ ନେଇ ନିର୍ଦ୍ଦେଶକ ସୋନଲ ଜୋଷୀ ଫିଲ୍ମ ତିଆରି କରିଛନ୍ତି ।
ଏହି ଫିଲ୍ମରେ ଶିଳ୍ପାଙ୍କ ସହ କୁଶା କପିଲା, ଦିଲନାଜ ଇରାନୀ, ପଭଲିନ ଗୁଜରାଲ, ଚୈତନ୍ୟ ଚୌଧରୀ, ନିତାନଶୀ ଗୋଏଲଙ୍କୁ ମୁଖ୍ୟ ଭୂମିକାରେ ଦେଖା ଯିବ । ଶିଳ୍ପା ଏକ ସାଧାରଣ ଗୃହିଣୀର ଜୀବନ ଯାପନ କରୁଥିବା ବେଳେ ସେ ତାଙ୍କ ଜୀବନରୁ ଟିକେ ବ୍ରେକ ନେବାପାଇଁ ତାଙ୍କ ସାଙ୍ଗମାନଙ୍କ ସହ ବୁଲିବାକୁ ଯିବେ । ଏଥିରେ ସେମାନେ ଦର୍ଶକଙ୍କୁ 'ବି-3' ର ମନ୍ତ୍ର ଶିଖେଇବେ । ପ୍ରଥମ 'ବି' ର ଅର୍ଥ 'ବେଧଡ଼କ' , ଦ୍ଵିତୀୟ 'ବି' ର ଅର୍ଥ 'ବେଶରମ', ଏବଂ ତୃତୀୟ 'ବି' ର ଅର୍ଥ 'ବେପରୱାହ' । ଗୋଟିଏ ଗୃହିଣୀ ମଧ୍ୟ ସେତେହିଁ ସମ୍ମାନର ଯୋଗ୍ୟ ହୋଇଥାଏ ଯେତେକି ଅନ୍ୟମାନେ । ଏହି ପ୍ରସଙ୍ଗଟି ସମସ୍ତଙ୍କ ମନକୁ ଛୁଇଁ ପାରିବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ତ ଫିଲ୍ମଟି ରିଲିଜ ହେବାର ପ୍ରଥମ ଦିନ ଆଗାମୀ ଦିନରେ ଏହା କେତେ ବ୍ୟବସାୟ କରିବ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ: ଭୁଶୁଡ଼ିଲା ଘରର ଛାତ : ୨ ମୃତ, ୨ ଆହତ