ବଲିଉଡ ବାଦଶାହ ଏବେ ଅସୁସ୍ଥ । ଭୀଷଣ ଖରା ପାଇଁ ଦେହରୁ ଜଳୀୟ ଅଂଶ କମି ଜୀବରୁ ଶାହଖାନ ଅଂଶୁଘାତର ଶିକାର ହୋଇଛନ୍ତି । ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି, ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପତ୍ନୀ ଗୌରୀ ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ସ୍ୱାମୀ ଜୟ ମେହେଟ୍ଟାଙ୍କ ସହ ଆଜି ହସପିଟାଲ ଯାଇ ଶାହରୁଖଙ୍କୁ ଭେଟିଛନ୍ତି। ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲିର ହାଇଭୋଲଟେଜ୍ ମ୍ୟାଚ୍ରେ ଶାହରୁଖ ତାଙ୍କ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରିଥିଲେ।
ଅଧିକା ପଢନ୍ତୁ : ମହାପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ: ହିମନ୍ତ ବିଶ୍ୱଶର୍ମା