ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ପାଇଁ ବଡ଼ ସମସ୍ୟା ହେଉଛି ଏହାର ଅସ୍ମିତା। ମହାପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ। ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ଆଜି ପୂର୍ବାହ୍ଣରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହା କହିଛନ୍ତି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରିଛନ୍ତି । ୫ଟିକୁ ସେ ତାମିଲନାଡୁ ବୋଲି କହିଛନ୍ତି। ଆମକୁ ଏହି ଧାରା ବଦଳାଇବାକୁ ହେବ। ଓଡ଼ିଶାର ସ୍ୱାଭିମାନ ବଦଳାଇବାର ଅଛି । ବିଜେପି ସରକାର ଆଣିବାର ଅଛି।
ଓଡ଼ିଶାର ସ୍ୱାଭିମାନ ସହିତ ଖେଳାଯାଉଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାର ଚାବି ଲୁଚାଇ ରଖା ଯାଇଛି। ବିଜେଡି କହିଲେ ଏକ ଦଳ ନାହିଁ। ପାଣ୍ଡିଆନ ହିଁ ବିଜେଡି। ଏହା ବ୍ୟତୀତ ବିଜେଡି ବୋଲି କୌଣସି ପାର୍ଟି ଦେଖାଯାଉନାହିଁ । ରାଜ୍ୟ ସରକାରକୁ ପାଣ୍ଡିଆନ କବ୍ଜା କରିଛନ୍ତି । ଏଠାରେ କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି । ମୁଖ୍ୟମନ୍ତ୍ରୀ ସୁସ୍ଥ ନାହିଁ । ରାଜ୍ୟରେ କ’ଣ ଘଟୁଛି ନବୀନ ବାବୁ କିଛି ଜାଣି ନାହାନ୍ତି । ପାଣ୍ଡିଆନ ଯାହା ଲେଖି ଦିଅନ୍ତି, ତାହା ପଢ଼ନ୍ତି । ପାଣ୍ଡିଆନ ବାହାରକୁ ଯାଆନ୍ତୁ ଓ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ନାଗରିକ ନବୀନଙ୍କ ସହିତ ୧୦ ମିନିଟ କଥା ହୁଅନ୍ତୁ । ନବୀନ ବାବୁ କାନ୍ଦି ପକାଇବେ । ନବୀନ ବାବୁଙ୍କୁ ନଜର ବନ୍ଦି କରାଯାଇଛି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।
ହିିମନ୍ତ ବିଶ୍ୱଶର୍ମା ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକୀ କାହାରି ସହିତ କଥା ହୋଇପାରିବେ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ନୂଆଦିଲ୍ଲୀ ସମକକ୍ଷ ଅରବିନ୍ଦ କେଜ୍ରିୱାଲ ଏକାକୀ ଯେକୌଣସି ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି। ପାଣ୍ଡିଆନକୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବାର ଅଛି। ୧୧ ତାରିଖରେ ପାଣ୍ଡିଆନ ଯେତେବେଳେ ତାମିଲନାଡୁ ପଳାୟନ କରିବେ, ସେତେବେଳେ ଜଣାପଡ଼ିବ। ସ୍ୱାଭିମାନୀ ଲୋକ ବିଜେଡିରେ ରହିବେ ନାହିଁ।