ନୂଆଦିଲ୍ଲୀ, ଡିସେମ୍ବର୨୮(ଖବର ଓଡିଶା):
ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ । କେବଳ ହର୍ୟିାଣା ନୁହେଁ ସାରା ଦେଶରେ ସେ ସବୁ ବେଳେ ଲୋକପ୍ରିୟତା ସାଉଁଣ୍ଟିଛନ୍ତି । ସପନା ପୂର୍ବରୁ ସାଲାୱାର ସୁଟରେ ନଜର ଆସିଥିଲେ । ବର୍ତ୍ତମାନ ସେ ଦେଶୀ ଅବତାର ଛାଡି ମଡର୍ଣ୍ଣ ଲୁକ ଆପଣେଇଛନ୍ତି ।
ତାଙ୍କର ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ । ଆଉ ନିକଟରେ ଗୋଆ ବିଚରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ସପନା । ଯେଉଁଥିରେ ସେ ଏକ ଇଂରାଜୀ ଗୀତରେ ନାଚୁଥୁବାର ନଜର ଆସିଛନ୍ତି ।
ସପନା ଏକ ୱାନ୍ ସୋଲ୍ଡର ହ୍ୱାଇଟ କଲର ଫ୍ଲୋରା ପ୍ରିଣ୍ଟ ଡ୍ରେସ ପିନ୍ଧିଛନ୍ତି । ସମୁଦ୍ର କୂଳରେ ମଜା ନେଉଛନ୍ତି । ଏହି ଭିଡଓଟିକୁ ସେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଯଦି ଏହା କ୍ୟୁଟ୍ ତେବେ ମୁଁ ଏହା ଚାହେଁ ।
ସପନାଙ୍କର ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି ।