ବକ୍ସ ଅଫିସରେ ଦମଦାର ବ୍ୟବସାୟ ପରେ ଓଟିଟିରେ ରିଲିଜ୍ ହେବ ପୁଷ୍ପା
Khabar Odisha:Pushpa-will-be-released-at-OTT-after-a-thriving-business-at-the-box-office
ମୁମ୍ବାଇ, ଜାନୁଆରୀ ୦୫(ଖବର ଓଡିଶା):

ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିବା ପରେ ଓଟିଟିରେ ମୁହାଁ ପୁଷ୍ପା । ବଡ ସ୍କ୍ରିନରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଏବେ ଓଟିଟରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛି ଅଲ୍ଲୁ ଅର୍ଜୁନ ଷ୍ଟାରର ପୁଷ୍ପା । 

ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିଛି । ଫିଲ୍ମଟି ବକ୍ସ ଅଫିସ କଲେକସନରେ ପ୍ରାୟ ୩୦୦ କୋଟିରେ ପହଞ୍ଚିଛି । ଖାସ୍ କରି ହିନ୍ଦୀ ଭାଷାରେ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ସୁକୁମାରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ରହିଥିଲେ । 

ଡିସେମ୍ବର ୧୭ ତାରିଖରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ପ୍ରାୟ ଏକ ମାସ ପରେ ଅର୍ଥାତ ଜାନୁଆରୀ ୭ ତାରିଖରେ ଓଟିଟରେ ରିଲିଜ୍ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୭ରେ ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ । ତେବେ ଆମାଜନରେ ଏହି ଫିଲ୍ମ ହିନ୍ଦୀ ଭାଷାରେ ରିଲିଜ ହେବ ନାହିଁ । ତେଲୁଗୁ, ତାମିଲ, ମଲୟାଲମ, କନ୍ନଡ ଭାଷାରେ ଉପଲବ୍ଧ ହେବ ।

  • Tags:

Subscribe

National International State Sports Entertainment