ଭୁବନେଶ୍ୱର : ପୁଷ୍ପା- ୨ର ସୁନାମୀ ପରେ ଏବେ ମାର୍କେଟରେ ରାଜ କରୁଛି ମାର୍କୋ । ବରୁନ ଧାୱନଙ୍କ ଫିଲ୍ମ ବେବି ଜନ୍ ଏବେ ଷ୍ଟ୍ରଗଲ କରୁଥିବା ବେଳେ ଥିଏଟରରେ ପଡିଥିବା ନୂତନ ମୁଭି ମାର୍କୋ ଏବେ ମାର୍କେଟରେ ଲିଡ୍ କରୁଛି । ସବୁଠାରୁ ବଡକଥା ହେଉଛି ଏହି ମୁଭିଟି ହେଉଛି ସାଉଥର କିନ୍ତୁ ହିନ୍ଦି ବକ୍ସ ଅଫିସରେ ରାଜ କରୁଛି ।ମୁଭିଟି ତେଲୁଗୁ କି କନ୍ନଜ ଇଣ୍ତଷ୍ଟ୍ରିର ନୁହିଁ ବରଂ ସବୁଠାରୁ ଛୋଟ ଜଣାଯାଉଥିବା ମଲାୟଲମ ଇଣ୍ତଷ୍ଟ୍ରିର। ମାଲାୟାଲମ୍ ତାରକା ଉନି ମୁକୁନ୍ଦନଙ୍କ 'ମାର୍କୋ' ଫିଲ୍ମକୁ ଭାରତୀୟ ସିନେମାର ସବୁଠାରୁ ହିଂସାତ୍ମକ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି ।
ମାର୍କୋ ଜିତୁଛି ହିନ୍ଦି ଦର୍ଶକଙ୍କ ହୃଦୟ
ଏହାର ସୁନ୍ଦର ପ୍ରାକୃତିକ ଭିଜୁଆଲ୍, ମାନବିକ ସମ୍ପର୍କ ଏବଂ ଚତୁରତାର ସହିତ ବନାଇଥିବା ଏହି ମୁଭିଟି ବେଶି ଲୋକପ୍ରିୟ ହେଉଛି, ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚଳଚ୍ଚିତ୍ର 'ମାର୍କୋ' ଭାରତୀୟ ସିନେମାର ସବୁଠାରୁ ହିଂସାତ୍ମକ ଚଳଚ୍ଚିତ୍ର ଭାବରେ ପରିଗଣିତ। ସୋସିଆଲ ମିଡିଆରେ ଜଣେ ଦର୍ଶକ କହିଛନ୍ତି, 'ମୋ ପାଖରେ ବସିଥିବା ମହିଳା ପରଦାରେ ଏପରି ହିଂସାତ୍ମକ ଦୃଶ୍ୟକୁ ସହ୍ୟ କରିପାରୁ ନ ଥିବାରୁ ମୋ ଉପରେ ବାନ୍ତି କରିଥିଲେ' । ସମସ୍ତ ସମୀକ୍ଷା ଏବଂ ରିପୋର୍ଟରେ କୁହାଯାଇଛି ଯେ 'ମାର୍କୋ'ରେ ରକ୍ତ ଏବଂ ମାଂସ ଏବଂ ରକ୍ତ ସ୍ତର ଚରମସୀମାରେ ପହଁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ପ୍ରତ୍ୟେକ ଚଳଚ୍ଚିତ୍ରଠାରୁ ଏହା ସବୁ ସ୍ତର ପାର କରିଦେଇଛି |