ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତଙ୍କ ଅଭିନୀତ 'ଲାଲ ସଲାମ' ଆଜି ଫେବୃଆରୀ 9 ରେ ମୁକ୍ତିଲାଭ କରିଛି। ଏଥିରେ ଭେଟେରାନ ଅଭିନେତା ରଜନୀକାନ୍ତ ମଧ୍ୟ ଏକ କ୍ୟାମୋରେ ଅଭିନୟ କରିଛନ୍ତି। 'ଲାଲ ସଲାମ' ଜ୍ୱର ପ୍ରଶଂସକଙ୍କୁ ଆକର୍ଷିତ କରିଥିବା ଜଣାପଡିଛି। ଚେନ୍ନାଇର ରୋହିନୀ ସିଲଭରସ୍କ୍ରିନରେ ଥାଲାଇଭରଙ୍କ ଉତ୍ସାହୀ ପ୍ରଶଂସକମାନେ ଫିଲ୍ମର ରିଲିଜ୍ ଶୈଳୀରେ ପାଳନ କରିଥିଲେ ।
ହେଲେ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
ଏହି ଫିଲ୍ମରେ ରଜନୀକାନ୍ତଙ୍କ ୩୦ରୁ ୪୦ ମିନିଟ୍ର କେମିୟୋ ଥିବା ବେଳେ ଏହାକୁ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ୫୦ କୋଟି ଟଙ୍କା ବଜେଟ୍ରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ପ୍ରଦର୍ଶନ ଏତେ ଖରାପ ହୋଇ ଥିବାରୁ ନିର୍ମାତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।