ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ବିଗ୍ ବଜେଟ୍ର ଫିଲ୍ମ ‘ସିଙ୍ଘମ ଏଗେନ୍’ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ରୋହିତ ସେଠୀ । ଏହି ଫିଲ୍ମଟି ଆକ୍ସନ-କମେଡି ପ୍ରସଙ୍ଗ ରେ ତିଆରି କରାଯିବ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଜୟ ଦେବଗନଙ୍କ ସହ ଦୀପିକା ପାଦୁକୋନଙ୍କୁ ଲିଡ ରୋଲରେ ଦେଖାଯିବେ । ସବୁଥର ଭଳି ସିଙ୍ଘମ ସିକୁଏଲ୍ ଦର୍ଶକଙ୍କୁ ଖୁବ୍ ହସାଇବ ବୋଲି ଆଶା କରାଯାଉଛି। ହେଲେ ନିକଟରେ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, 9 ବର୍ଷ ପରେ ପୁଣିଥରେ ଏକାଠି ଆସିବେ କରୀନା କପୁର ଖାନ ଏବଂ ଅଜୟ ଦେବଗନ ।
ଆଜି ଠାରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି କରୀନା । ହେଲେ ଏପର୍ଯ୍ୟନ୍ତ ଏହା ଜଣ ପଡି ନାହିଁ କି କରୀନା ତାଙ୍କ ପୁରୁଣା ଭୂମିକାରେ ଅଭିନୟ କରିବେ ନ ଏଥିରେ ତାଙ୍କର ଭୂମିକା କିଛି ଅଲଗା ରହିଛି । ଏହି ଫିଲ୍ମରେ କରୀନାଙ୍କୁ ଅଜୟ ଦେବଗନଙ୍କ ସହ କିଛି ରୋମାଣ୍ଟିକ ସିଂ କରିବାରେ ଦେଖାଯିବ ।
ନିକଟରେ କରୀନାଙ୍କର ଫିଲ୍ମ 'ଜାନେ ଜା' ତାଙ୍କ ଜନ୍ମଦିନରେ ଓଟିଟି ପ୍ଲାଟଫର୍ମ ରେ ରିଲିଜ କରାଯାଇଥିଲା । ଏହା କ୍ରାଇମ- ଥ୍ରୀଲର ପ୍ରସଙ୍ଗରେ ତିଆରି କରାଯାଇଥିଲା । ଏଥିରେ କରୀନାଙ୍କୁ ବିଜୟ ବର୍ମାଙ୍କ ସହ ମୁଖ୍ୟ ଭୂମିକାରେ ଦେଖା ଯାଇଛି । ଫିଲ୍ମଟି ରିଲିଜ ହେବା ପୂର୍ବରୁ ହିଁ ବହୁତ ପ୍ରଶଂସା ସାଉଁଟି ସାରିଥିଲା । ରିଲିଜ ହେବ ପରେ ମଧ୍ୟ ଫିଲ୍ମଟି କୁ ଦର୍ଶକମାନଙ୍କର ବେଶ ଭଲପାଇବା ମିଳିଛି ।
ଅଧିକ ପଢନ୍ତୁ: ପରିଣୀତିଙ୍କ ବିବାହରେ ଅନୁପସ୍ଥିତ ପ୍ରିୟଙ୍କା