ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଗିରଫ ହୋଇଛନ୍ତି । ପୋଲିସର ରିର୍ପୋଟ ଅନୁସାରେ ଅଭିନେତା ତାଙ୍କ ପ୍ରଶଂସକଙ୍କୁ ହତ୍ୟା କରିଥିବା ପାଇଁ ତାଙ୍କୁ ଜେଲ୍ ରେ ବନ୍ଦୀ କରାଯାଇଛି ।
ବର୍ତ୍ତମାନ ଜେଲରେ ଥିବା ଅଭିନେତା ଦର୍ଶନଙ୍କ ପରିବାର ତାଙ୍କୁ ଭେଟିବାକୁ ଯାଇଥିଲେ ଜେଲରେ ଥିବା କନ୍ନଡ ସୁପରଷ୍ଟାର ଦର୍ଶନଙ୍କ ମା, ଭାଇ, ପତ୍ନୀ ଏବଂ ପୁଅ ସୋମବାର ଦିନ ବେଙ୍ଗାଲୁରୁର ଆଗ୍ରହାରା କେନ୍ଦ୍ରୀୟ ଜେଲରେ ତାଙ୍କୁ ଦେଖା କରିଥିଲେ। ଏହି ସମୟରେ ଦର୍ଶନ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ ବହୁତ କାନ୍ଦିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ସକାଳେ ଦର୍ଶନଙ୍କ ମା ମୀନା, ଭାଇ, ପତ୍ନୀ ବିଜୟଲକ୍ଷ୍ମୀ ଏବଂ ପୁଅ ବିନୀଶ ତାଙ୍କୁ ଭେଟିବାକୁ ଆସିଥିଲେ I ଏହି ସମୟରେ ଦର୍ଶନ ଏବଂ ତାଙ୍କ ମା ଭାବପ୍ରବଣ ହୋଇଥିଲେ। ଦର୍ଶନଙ୍କ ଭାଇ ଉଭୟଙ୍କୁ ସାନ୍ତନା ଦେଇଥିଲେ ।