ରୁହାନି ଶର୍ମା ଫିଲ୍ମ ଆଗ୍ରାରେ ନିଜର ଅନ୍ତରଙ୍ଗ ଦୃଶ୍ୟ ପାଇଁ ବହୁତ ଟ୍ରୋଲ ହୋଇଛନ୍ତି । ଫଲ୍ମରେ ତାଙ୍କ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଇଣ୍ଟର୍ନେଟ୍ରେ ଲିକ୍ ହୋଇଥିଲା । ଏ ନେଇ ରୁହା ରୁହାନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବାର୍ତା ଲେଖ୍ ନିଜର ନୈରାଶ୍ୟବୋଧ ବ୍ୟକ୍ତବ୍ୟ କରିଛନ୍ତି । କନୁ ବହଲଙ୍କ ନିର୍ଦ୍ଦେଶିତ 'ଆଗ୍ରା' ୨୦୨୩ ମସିହା କାନ୍ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଅନେକ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ମଧ୍ୟ ଏହା ସ୍ଥାନ ପାଇଥିଲା ।
ଏବେ ରୁହାନି ଏ ନେଇ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖ୍ କହିଛନ୍ତି ‘ଏ ପ୍ରକାର ନୀଚ୍ଚ ବୟାନ ଅତ୍ୟନ୍ତ ନୈରାଶ୍ୟଜନକ । ଏହା ଜରିଆରେ ଆମର ଅନେକ ମାସର କଠିନ ପରିଶ୍ରମ, ସମର୍ପଣ ଭାବ ଓ ପାସନ୍କୁ ଅସମ୍ମାନ କରାଯାଇଛି । ଏକ କଳାତ୍ମକ ଫିଲ୍ମ ପ୍ରସ୍ତୁତ କରିବା ଏକ ଜଟିଳ ଯାତ୍ରା । ଏଥିପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । 'ଆଗ୍ରା' ଅନ୍ୟ ଫିଲ୍ମ ଭଳି ନୁହେଁ । ଏହା ଏକ ପ୍ରେମପୂର୍ଣ୍ଣ ପରିଶ୍ରମ ଯାହା କାନ୍ ଉତ୍ସବରେ ପ୍ରିମିୟର ହୋଇଥିଲା । ଅନ୍ତର୍ଜାତୀୟ ସ୍ତରରେ ମଧ୍ଯ ଖ୍ୟାତି ଅର୍ଜନ କରିଛି । ପରଦାରେ ରକ୍ଷଣଶୀଳ ଚରିତ୍ରରେ ଅଭିନୟ ପାଇଁ ରୁହାନିଙ୍କର ଖାସ୍ ପରିଚୟ ରହିଛି । କିନ୍ତୁ ‘ଆଗ୍ରା'ରେ ବୋଲ୍ଡ ଭୂମିକା ଜରିଆରେ ସେ ଏକ ନୂଆ ଜୋନ୍ରେ ଏଣ୍ଟ୍ରି କରିଥିଲେ ।
ଅଧିକା ପଢନ୍ତୁ :୫୦ କେଜି ଓଜନ ହ୍ରାସ କରି ଚର୍ଚ୍ଚାରେ ତନ୍ମୟ