ବ୍ରହ୍ମପୁର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଏହା ସହ ଆଜି ଦିନରୁ ହିଁ ପାର୍ବଣ ଋତୁର ପ୍ରାରମ୍ଭ। ପ୍ରଥମେ ଧରlପୃଷ୍ଠରେ ପ୍ରଭୁ ଶ୍ରୀ ଗଜାନନ ଅବତରଣ କରିବା ପରେ ପରେ କ୍ରମାନ୍ୱୟରେ ଅନ୍ୟ ସବୁ ଦେବାଦେବୀ ମାନଙ୍କର ଆବିର୍ଭାବ ହୋଇଥାଏ। ତେଣୁ ପ୍ରଭୁ ଗଜନାନଙ୍କୁ ଅଗ୍ର ଦେବତା ଓ ଭକ୍ତ ମାନଙ୍କର ସମସ୍ତ ବିଘ୍ନ ନାଶ କରି ସାରା ବିଶ୍ୱରେ ମଙ୍ଗଳ କରୁଥିବାରୁ ତାଙ୍କୁ ବିଘ୍ନ ବିନାଶକ ମଧ୍ୟ କୁହାଯାଇଥାଏ। ତେବେ ଆଜି ପବିତ୍ର ଗଣେଶ ପୂଜା ଉପଲକ୍ଷେ ଗାଁ ଠାରୁ ସହର ହୋଇ ଉଠିଛି ଚଳ ଚଞ୍ଚଳ। ଏହି ଅବସରରେ ବ୍ରହ୍ମପୁରର ହିଲପାଟଣାସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ଦେଖିବାକୁ ମିଳିଛି ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଶ୍ରଦ୍ଧାଳୁମାନେ ଆସି ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରି ଯାଉଥିଲେ। କିଏ ଦୀପ ଜାଳି ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲା ତ ଆଉ କିଏ ଭୋଗ ନୈବେଦ୍ୟ ଦେଇ ପ୍ରଭୁ ଗଜlନନଙ୍କୁ ଗୁହାରି ଜଣlଉଥିଲା। କିଛି ସମୟ ପାଇଁ ହେଉ ପଛକେ ସମସ୍ତେ ମନ୍ଦିର ମଧ୍ୟରେ ଏକାକାର ହୋଇ ଯାଇଥିଲେ। ଆଉ ସେହି ସମସ୍ତ ଭକ୍ତ ମଣ୍ଡଳୀଙ୍କ ମୁଖ ମଣ୍ଡଳୀରୁ ଗୋଟିଏ ଚିନ୍ତାଧାରା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ତାହା ହେଉଛି ଜଗତକଲ୍ୟାଣ ଚିନ୍ତାଧାରା।