କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ମାଟ୍ରିକ୍ ବା ବାର୍ଷିକ ଏଚଏସସି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହିବର୍ଷ ମୋଟ ୨୦,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦,୧୪୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୩୮୦ ଜଣ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି ।ଏହିବର୍ଷ ଜିଲ୍ଲାର ସମୁଦାୟ ଉତ୍ତୀର୍ଣ୍ଣ ହାର ରହିଛି ୯୭.୮୬ ପ୍ରତିଶତ, ଯାହାକି ଗତ ବର୍ଷ ତୁଳନାରେ ଉଲ୍ଲେଖନୀୟ ।
ଗ୍ରେଡ୍ ଭିତ୍ତିକ ଫଳାଫଳକୁ ଦେଖିଲେ— A1 ଗ୍ରେଡ୍ରେ ୧୧୮ ଜଣ, A2 ଗ୍ରେଡ୍ରେ ୧୨୭୬ ଜଣ, B1 ଗ୍ରେଡ୍ରେ ୩୬୧୬ ଜଣ, B2 ଗ୍ରେଡ୍ରେ ୫୦୭୭ ଜଣ, C ଗ୍ରେଡ୍ରେ ୫୩୦୨ ଜଣ, D ଗ୍ରେଡ୍ରେ ୩୫୧୩ ଜଣ, E ଗ୍ରେଡ୍ରେ ୧୨୪୬ ଜଣ ଓ F ଗ୍ରେଡ୍ରେ ୪୪୦ ଜଣ ରହିଛନ୍ତି ।
ସାରା ଜିଲ୍ଲାରେ ଏହି ଫଳାଫଳ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ପରିବେଶ ଦେଖିବାକୁ ମିଳିଛି ।