ହଲିଉଡ ଗାୟୀକା ଏବେ ଭାରତରେ । ହଁ ଦର୍ଶକ ବନ୍ଧୁ ଗତକାଲି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧୀକା ମର୍ଚାଣ୍ଟଙ୍କ ପ୍ରି ଓ୍ବେଡିଙ୍ଗ୍ ଫଙ୍କସନରେ ନଜର ଆସିଥିଲେ ହଲିଉଡର ଜଣେ ପ୍ରସିଦ୍ଧ ଗାୟୀକା ରିହାନା । ରିହାନା ନିଜର ସଙ୍ଗୀତରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି । ରିହାନାଙ୍କ ପ୍ରଥମ ଥର ପାଇଁ ଭାରତରେ ନିଜର ଯାଦୁ ଦେଖାଇଛନ୍ତି । ଯାହାକୁ ଦର୍ଶକ ଖୁବ ଖୁସି ଅଛନ୍ତି ।
ହଲିଉଡ ଗାୟୀକା ରିହାନା ନିଜର ସବୁ ଲଗେଜ ଧରି ଜାମନଗର ପହଁଚିଥିଲେ । ଏବଂ ରିହାନାଙ୍କ ସ୍ବାଗତରେ କୌଣସି ପ୍ରକାରର ଅସୁବିଧା ରଖିନଥିଲେ । ରିହାନା ସୁରକ୍ଷିତରେ ଏୟାରର୍ପୋଟରୁ ବାହାରିଥିଲେ । ରିହାନା ଶୁକ୍ରବାର ଦିନ ପାର୍ଟିରେ ନିଜ ଗୀତର ଚତ୍ମକାର ଦେଖାଇଛନ୍ତି । ରିହାନାଙ୍କ ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯେଉଁଠି ସେ ପୁରା ଅମ୍ବାନୀ ପରିବାର ସେହ ନଜର ଆସିଛନ୍ତି ।
ଅନନ୍ତ ଏବଂ ରାଧୀକାଙ୍କ ପାର୍ଟି ସାରି ରିହାନା ଭାରତ ଛଡିଛନ୍ତି । ତାଙ୍କୁ ସକାଳେ ଜାମନଗର ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଯେଉଁଛାରେ ସେ ଧନ୍ୟବାଦ କାର୍ଡ ଧରିଥିଲେ । ପରେ ସେ ଗଣମାଧ୍ୟମକୁ ନିଜର ଅନୁଭୁତି ପ୍ରକାଶ କରିଥିଲେ । ଯେଉଁଥିରେ ସେ କହିଥିଲେ ଭାରତ ତାଙ୍କୁ ବହୁତ ଭଲ ଲାଗିଥିଲା । ଏବଂ ତାଙ୍କୁ ଯଦି ସୁଯୋଗ ମିଳେ ସେ ପୁଣି ଭାରତ ଆସିବେ ।