୫୦ ବର୍ଷ ବୟସରେ ପାଦ ରଖିଲେ ଗ୍ଲାମର କୁଇନ୍ ରବିନା ଟଣ୍ଡନ। ଆଜି ଜନ୍ମଦିନରେ ରବିନାଙ୍କ ପାଇଁ ଫ୍ୟାନ୍ସ୍ ଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏପଆରିକି ରବିନା ଟଣ୍ଡନଙ୍କ ଝିଅ ରାଶା ଏକ ସ୍ୱତନ୍ତ୍ର ଇନଷ୍ଟାଗ୍ରାମ ପୋଷ୍ଟ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ରବିନାଙ୍କ ସହ ନିଜ ପିଲାଦିନର ଫଟୋ ପୋଷ୍ଟ କରିଛନ୍ତି। ଏହାସହିତ ଏକ ଧନ୍ୟବାଦ ମେସେଞ୍ଜ ଲେଖିଛନ୍ତି।
ସୂଚନା ଅନୁଯାୟୀ, ରବିନା ତଣ୍ଡନ ଜଣେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ। ପିଲାଦିନରୁ ସେ ଅଭିନୟ କରି ଆସୁଥିଲେ। ଏହାପରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିଥିଲେ। ଯାହା ତାଙ୍କୁ ଅନେକ ସଫଳତା ଆଣିଦେଇଥିଲା। ଏହାପରେ ସେ ନିଜ ଫ୍ୟାନ୍ସଙ୍କୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିଲେ। ତେବେ ରବିନାଙ୍କୁ ତାଙ୍କ ଅଭିନୟ ପାଇଁ ଏକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର , ଦୁଇଟି ଚଳଚ୍ଚିତ୍ର ପୁରସ୍କାର ଏବଂ ଏକ ଫିଲ୍ମଫେୟାର OTT ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି।