ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତ୍ରୀ ହଂସିକା ମୋଟୱାନି | ଦୀର୍ଘ ଦିନର ପ୍ରେମିକ ସୋହେଲ କଥୁରିଆ ଙ୍କ ସହ ଗତକାଲି ରାଜସ୍ଥାନର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସରେ ବିବାହ ସମ୍ପନ୍ନ ହୋଇଛି। ନିଜର ଜୀବନସାଥୀଙ୍କୁ ବିବାହ ବେଦି ଉପରେ ଦେଖି ଖୁସିରେ କାନ୍ଦି ପକାଇଥିଲେ ହଂସିକା ତେବେ କନ୍ୟା ବେଶରେ ହଂସିକା ଭାରି ସୁନ୍ଦରୀ ଦିଶୁଥିଲେ।
ଏହି ଯୋଡ଼ି ଜୟପୁରର ମୁଣ୍ଡୋତା କୋର୍ଟରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି କୋର୍ଟରେ ମଧ୍ୟ ମ୍ୟାରେଜ କରିଛନ୍ତି। ହଂସିକା ସୋହେଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକୁ ଦେଖି ତାଙ୍କ ପ୍ରସଂଶକ ମାନେ ତାଙ୍କୁ ଢେରସାରା ଶୁଭେଚ୍ଛା ଜଣାଇଛନ୍ତି।ବିବାହ ଦିନ ଏକ ହଂସିକା ଲାଲ ଏକ ଲେହେଙ୍ଗା ସହ ଟ୍ରାଡିଶନାଲ ଜୁଏଲାରୀ ସେଟ ପିନ୍ଧି ଖୁବ ସୁନ୍ଦର ଦିଶୁଥିଲେ |ବୟଫ୍ରେଣ୍ଡ ସୋହେଲ ମଧ୍ୟ ବର ବେଶରେ ଖୁବ ସୁନ୍ଦର ଲାଗୁଥିଲେ | ବିବାହ ବେଦି ଉପରେ ସୋହେଲ ହଂସିକାଙ୍କ ଯୋଡି ଖୁବ ଜମୁଥିଲା| ତେବେ ପୂର୍ବରୁ ସୋହେଲ ତାଙ୍କୁ ପ୍ୟାରିସର ଆଇଫିଲ ଟାୱାର ନିକଟରେ ପ୍ରପୋଜ କରି ବେଶ ଚର୍ଚ୍ଚା ରେ ରହିଥିଲେ |