ମୁମ୍ବାଇ: ବଲିଉଡର ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଫାଷ୍ଟ ଲୁକ୍ ଭିଡିଓ ଶେଷରେ ଦର୍ଶକଙ୍କ ସାମ୍ନାକୁ ଆସିଛି । ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମାତା ସୀତା ଓ ୟଶ ରାବଣ ଅବତାରରେ ନଜର ଆସିବେ । ଯେମିତି ଫିଲ୍ମର ଇଣ୍ଟ୍ରୋଡକ୍ସନ ଭିଡିଓ ରିଲିଜ୍ ହୋଇଛି, ସାମାଜିକ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକ ଫିଲ୍ମର ଭିଜୁଆଲ ଓ ଷ୍ଟାରକାଷ୍ଟର ବେଶ ପ୍ରଶଂସା କରିଛନ୍ତି ।
ନିର୍ମାତା ଜୁଲାଇ ୩ ତାରିଖରେ ୩ ମିନିଟର ଇଣ୍ଟ୍ରୋଡକ୍ସନ ଭିଡିଓ ରିଲିଜ୍ କରିଛନ୍ତି । ଏହି ଭିଡିଓ ବଡ ବଡ ଫିଲ୍ମର ଟ୍ରେଲର ପରି ହୋଇଛି । ଭିଡିଓରେ ରାମାୟଣର କାହାଣୀର କିଛି ଅଂଶକୁ ବହୁତ ସୁନ୍ଦରତା ଏବଂ ଭବ୍ୟ ଦୃଶ୍ୟ ସହ ଦେଖା ଯାଇଛି । ଏଥିରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଅଭିନୟ, ୟଶଙ୍କ ଦମଦାର ଲୁକ୍ ଓ ଭିଏଫଏକ୍ସ ସାମିଲ । ଭିଡିଓରେ ରାମ ଓ ରାବଣଙ୍କ ମଧ୍ୟରେ ଲଢେଇର କେଇ ସେକେଣ୍ଡର ଦୃଶ୍ୟ ବର୍ଣ୍ଣନା କରାଯାଇଛି । ରଣବୀର ଜଙ୍ଗଲରେ ଗଛରେ ଚଢି ଧନୁ ଚଲାଉଥିବା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ରଣବୀର ଓ ୟଶଙ୍କୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି । ରାବଣ ଚରିତ୍ରରେ ୟଶଙ୍କୁ ଦେଖି ପ୍ରଶଂସକ ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି ।
୨୦୨୬ରେ ଫିଲ୍ମର ପ୍ରଥମ ପାର୍ଟ ରିଲିଜ୍ କରାଯିବ । ଆଉ ଦ୍ୱିତୀୟ ପାର୍ଟ ୨୦୨୭ରେ ରିଲିଜ୍ ହେବ । ଫିଲ୍ମରେ ରଣବୀର କପୁର, ୟଶ ଓ ସାଇ ପଲ୍ଲବୀଙ୍କ ବ୍ୟତୀତ ସନି ଦେଓଲ, ରବି ଦୁବେଙ୍କ ପରି ବରିଷ୍ଠ ଅଭିନେତା ଅଭିନୟ କରୁଛନ୍ତି । ସନି ଦେଓଲ ହନୁମାନ, ରବି ଦୁବେ ଲକ୍ଷ୍ମଣ, ରକୁଲ ପ୍ରୀତ ସିଂ ସ୍ୱର୍ପଣେଖା ଚରିତ୍ରରେ ଅଭିନୟ କରୁଛନ୍ତି । କାଜଲ ଅଗ୍ରୱାଲ ମନ୍ଦୋଦରୀ ଓ ଲାରା ଦତ୍ତା କୈକଇ ଚରିତ୍ରରେ ଅଭିନୟ କରୁଛନ୍ତି ।