କରୋନା ମୁକାବିଲା: ୫ କୋଟି ଟଙ୍କା ଦାନ କଲେ ଅଭିନେତ୍ରୀ ଉର୍ବଶୀ ରୌତଲା
Khabar Odisha:Entertainment-Urvashi-Rautela-donated-five-crores-rupees-through-tiktok-app-for-fight-against-corona-virus-pandemic

ନୂଆଦିଲ୍ଲୀ, ମେ ୧୨ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ଅନେକ ବଲିଉଡ ତାରକା ସହାୟତାର ହାତ ବଢ଼ାଇଛନ୍ତି । ସଲମାନ ଖାନ, ଅକ୍ଷୟ କୁମାର, ଶାହାରୁଖ ଖାନଙ୍କ ଭଳି ଲୋକପ୍ରିୟ ଅଭିନେତା ନିଜ ନିଜର ସାମର୍ଥ୍ୟ ହିସାବରେ ଆର୍ଥିକ ରାଶି ଦାନ କରିଛନ୍ତି । ଏଥି ସହିତ ଏହି ଭାଇରସରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତଲା ମଧ୍ୟ କୋଭିଡ-୧୯ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି । ଏଥି ସହିତ ଉର୍ବଶୀ କହିଛନ୍ତି, ଆମେ ଏହି ଲଢ଼େଇ ସହିତ ଚାଲିବାର ଅଛି ଓ କୌଣସି ଦାନ ଛୋଟ ନୁହେଁ ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ପ୍ରଶଂସକଙ୍କୁ ଭରଚୁଆଲ ଡାନ୍ସ ମାଷ୍ଟକ୍ଲାସ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି କ୍ଲାସରେ ଉର୍ବଶୀ ଲୋକଙ୍କୁ ମାଗଣାରେ ଜୁମ୍ବା, ତବାଟା ଓ ଲୌଟିନ ନୃତ୍ୟ ଶିକ୍ଷା ଦେଇଛନ୍ତି । ଯେଉଁ ଲୋକମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ସେମାନଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି । 

 

  • Tags:

Subscribe

National International State Sports Entertainment