ଆଇଆଇଏଫଏ ୨୦୧୯: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା, ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ
Khabar Odisha:Entertainment-Salman-Khan-Katrina-Kaif-Alia-Bhatt-and-others-dazzle-at-green-carpet

ମୁମ୍ବାଇ, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା): ଆଇଆଇଏଫଏ (ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ-୨୦୧୯ ଆୱାର୍ଡ ବୁଧବାର ରାତି ଆୟୋଜିତ ହୋଇଛି । ଫିଲ୍ମ ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ, ଫିଲ୍ମ ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ସେହିଭଳି ଅନ୍ଧାଧୂନ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ଶ୍ରୀରାମ ରଘୁବନଙ୍କୁ ମିଳିଛି । ବେଷ୍ଟ ଡିବଟ ପୁରୁଷ ଆୱାର୍ଡ ଈଶାନ ଖଟ୍ଟରଙ୍କୁ ଓ ଧଡକ ପାଇଁ ଓ କେଦାରନାଥରେ ଅଭିନୟ କରିଥିବା ସାରା ଅଲିଙ୍କୁ ବେଷ୍ଟ ଡିବଟ (ମହିଳା ବର୍ଗ) ପାଇଁ ଆୱାର୍ଡ ମିଳିଛି । ବଲିଉଡର ବହୁପ୍ରତୀକ୍ଷିତ ଆୱାର୍ଡ ପାଇଁ ବଜରଙ୍ଗୀ ଭାଇଜାନ ସଲମାନ ଖାନ କାର୍ଯ୍ୟକ୍ରମକୁ ପହଞ୍ଚିଥିଲେ । ଅଭିନେତା କଳା ସାର୍ଟରେ ନୀଳ ରଙ୍ଗର ବ୍ଲେଜର ପିନ୍ଧିଥିଲେ । ଏଥି ସହିତ ସେ ଫର୍ମାଲ ଜୋତା ପିନ୍ଧିଥିଲେ । 

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ରେଖା ଏକ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ପହଞ୍ଚିଥିଲେ । ସେହପରି ଅଭିନେତ୍ରୀ ଦୀପିକା ପାଦୁକୋଣ ଏକ ସ୍ୱତନ୍ତ୍ର ଡିଜାଇନ ପୋଷାକ ପରିଧାନ କରିଥିଲେ । କାର୍ଯ୍ୟକ୍ରମରେ ସାହିଦ କପୁର, ଈଶାନ ଖଟ୍ଟର, ଆଲିଆ ଭଟ୍ଟ, କବୀର ଖାନ, ମିନି ମାଥୁର, ରିତେଶ ଦେଶମୁଖ ଓ ଜେନେଲିଆ ଡି ସଉଜା, ଅନୁରାଗ ବସୁ, ନିନା ଗୁପ୍ତା, ଭୂଷଣ କୁମାର ଓ ଅନ୍ୟମାନେ ଉପସ୍ଥିତ ଥିଲେ । 

  • Tags:

Subscribe

National International State Sports Entertainment