“ପିଏମ ନରେନ୍ଦ୍ର ମୋଦୀ”ଫିଲ୍ମ ହେଲା ରିଲିଜ, ବକ୍ସ ଅଫିସରେ ମଧ୍ୟ ଦବଦବା
Khabar Odisha:Entertainment-Odisha-pm-narendra-modi-box-office-collection-fox-star-removed-india-s-most-wanted-from-the-morning-show
ନୂଆଦିଲ୍ଲୀ, ମେ ୨୪(ଖବର ଓଡ଼ିଶା):

ବଲିଉଡ଼ରେ ମଧ୍ୟ ମୋଦୀ ଲହର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ବିପୁଳ ଆସନରେ ବିଜୟୀ ହେବା ପରେ ଏବେ ବଲିଉଡ଼ରେ ମଧ୍ୟ ଛାଇଯାଇଛନ୍ତି  । ଆଜି ରିଲିଜ ହୋଇଛି ନରେନ୍ଦ୍ର ମୋଦୀଙ୍କ ବାୟପିକ ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ” ।

ଆଜି ଫିଲ୍ମି ଫ୍ରାଇଡେରେ ରିଲିଜି ହୋଇଛି ଦମଦାର ମୁଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟପିକ ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ” । ନିର୍ବାଚନରେ ମୋଦୀ ପୁଣି ଦେଶର ପ୍ରଧାନ ମନ୍ତ୍ରୀ ହେବା ପାଇଁ ବିଜୟୀ ହେବା ପରେ ଏହି ଫିଲ୍ମଟି ସିନେମା ହଲ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଛି ।ପିଏମ ନରେନ୍ଦ୍ର ମୋଦୀ ଫିଲ୍ମ ଟି ମୋଦୀଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ଏହି ସିନେମାରେ ବିବେକ ଓବରାୟ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ।  କିଛି ଦିନ ପୂର୍ବରୁ ରିଲିଜ ହେବାକୁ ଥିବା ବେଳେ ଏହି ସିନେମାକୁ ନିର୍ବାଚନ ଥିବାରୁ ସ୍ଥଗିତ କରାଯାଇଥିଲା । ଦେ ଦେ ପ୍ୟାର ଦେ ଓ ଆଭେନଜର୍ସ ଏଣ୍ଡ ଗେମ ଭଲ ପ୍ରଦର୍ଶନ କରୁଥିବାରୁ ସିନେମା ହଲ ଗୁଡ଼ିକରେ ନୂଆ ରିଲିଜ ହୋଇଥିବା ଇଣ୍ଡିଆସ ମୋଷ୍ଟ ୱାଣ୍ଟେଡ଼ ମୁଭି ପାଇଁ ସ୍କ୍ରିନ ମିଳିପାରୁନାହିଁ ।

ଷ୍ଟାର ଷ୍ଟୁଡ଼ିଓ ଫିଲ୍ମ ଇଣ୍ଡିଆସ ମୋଷ୍ଟ ୱାଣ୍ଟେଡ଼ ପାଇଁ ଯେତିକି ପରିମାଣର ପ୍ରଚାର କରିଛି ସେତିକି ଷ୍ଟୁଡ଼େଣ୍ଟ ଅଫ ଦ ଇୟର ଓ କଳଙ୍କ ପାଇଁ କରିନାହିଁ ।

  • Tags:

Subscribe

National International State Sports Entertainment