ମୁମ୍ବାଇ, ଜାନୁଆରୀ ୦୯ (ଖବର ଓଡ଼ିଶା): ଫିଲ୍ମ ନିର୍ମାତା ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ସୁପରଷ୍ଟାର ମହେଶ ବାବୁଙ୍କ ବଡ଼ ଭାଇ ରମେଶ ବାବୁ ଗରୁଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ। ରମେଶ ବାବୁ ସୁପରଷ୍ଟାର କୃଷ୍ଣାଙ୍କ ବଡ଼ପୁଅ ଥିଲେ। ତାଙ୍କର ପରଲୋକରେ ସିନେମା ଜଗତରେ ଶୋକର ଲହର ଖେଳିଯାଇଛି। ପୀନ କଲ୍ୟାଣ ସମେତ ଅନେକ ହସ୍ତୀ ରମେଶ ବାବୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରମେଶ ବାବୁ ଗତ ୭ ତାରିଖ ଦିନ ସୂଚନା ଦେଇଥିଲେ। ରମେଶ ବାବୁଙ୍କ ପରଲୋକ ନେଇ ନିର୍ଦ୍ଦେଶକ ରମେଶ ବର୍ମା ସ୍ପଷ୍ଟ କରିଛନ୍ତି। ରମେଶ ବର୍ମା ଟୁଇଟ୍ କରି କହିଛନ୍ତି, ମୁଁ ସ୍ତବ୍ଧ ପାଲଟିଯାଇଛି। ରମେଶ ବାବୁ ଗରୁ ଆଉ ନାହାନ୍ତି। କୃଷ୍ଣା ଗରୁ, ମହେଶ ଗରୁ ଓ ପୂରା ପରିବାରକୁ ସମବେଦନା ଜଣାଉଛି।
ଫିଲ୍ମ ପ୍ରଯୋଜକ ବିଏ ରାଜୁ ଟୁଇଟ୍ କରି କହିଛନ୍ତି, ବହୁତ ଦୁଃଖର ସହିତ ଆମେ ନିଜର ରମେଶ ବାକୁଙ୍କ ପରଲୋକ ନେଇ ଘୋଷଣା କରୁଛୁ। ସେ ସବୁବେଳେ ଆମର ହୃଦୟରେ ଜୀବିତ ରହିବେ। ଆମେ ନିଜର ସମସ୍ତ ଶୁଭ ଚିନ୍ତକଙ୍କୁ ଅନୁରୋଧ କରୁଛୁ ଯେ, କରୋନା ନିୟମ ମାନନ୍ତୁ ଏବଂ ଶ୍ମଶାନରେ ଏକତ୍ର ହେବା ଠାରୁ ଦୂରେଇ ରୁହନ୍ତୁ।
ସୂଚନାଯୋଗ୍ୟ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହେଶ ବାବୁ ଜଣେ ଲୋକପ୍ରିୟ ଫିଲ୍ମ ନିର୍ମାତା। ସେ ୧୯୭୪ ମସିହାରେ ‘ଅଲ୍ଲୁରୀ ସୀତାରାମାରାଜୁ‘ରୁ ସ୍କ୍ରିନରେ ପଦାର୍ପଣ କରିଥିଲେ। ଏହି ଫିଲ୍ମ ପରେ ସେ ଅନେକ ଗୁଡ଼ିଏ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥିରେ ସ୍ବର୍ଗମ, ଅନ୍ନା ଚେଲେଲୁ ଫିଲ୍ମ ସାମିଲ ରହିଛି।