ନିଜର ବେବାକ ଅନ୍ଦାଜ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ବଲିଉଡର କ୍ୱିନ କଙ୍ଗନା । ହେଲେ ଏଥର ଚର୍ଚ୍ଚାର କାରଣ ଟା ଟିକେ ଅଲଗା । ଏଥର କଙ୍ଗନା କୌଣସି ସିଷ୍ଟମ ବା ନେପୋଟିଜମ ବିଷୟରେ ନୁହଁ ବରଂ ନିଜକୁ ନେଇ ସୋସିଆଲ ମିଡ଼ିଆରେ ଏକ ମନ୍ତବ୍ୟ ରଖିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ''ଏ କଥାରେ ସମସ୍ତେ ରାଜି ହେବେ ଯେ, ପ୍ରଥମେ ତା ମୁଁ ବହୁତ ଅସଭ୍ୟ । 2- ଏହାସହ ହିଂସ୍ର ଓ ଉଗ୍ର ଆଚରଣ ସମ୍ପନ୍ନ ମଧ୍ୟ। ମୁଁ ହିଂସାକୁ ଆଉ ହିଂସା ମୋତେ ଭଲପାଏ। 3- ମୁଁ ଖରାପ ଓ ବହୁତ ଜିଦି । 4- ଏହା ସହ ମୁଁ ଭୟଙ୍କର ଭାବରେ ଜ୍ଞାନୀ ବି । ଏହାକୁ କୁହନ୍ତି ବ୍ୟାଟମ୍ୟାନ୍, ତାହା ହେଉଛି ମୁଁ''। ତେବେ କଙ୍ଗନାଙ୍କର ଏଭଳି ପୋଷ୍ଟ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ପୋଷ୍ଟ ଟି କଙ୍ଗନା ନିଜ ପାଇଁ କରିଛନ୍ତି ନା ଅନ୍ୟ କାହା ପାଇଁ ଏହାକୁ ନେଇ ଫ୍ୟାନ୍ସମାନେ ଅନୁମାନ ଲଗାଉଛନ୍ତି ।
ତେବେ ଖୁବ ଜଲଦି କଙ୍ଗନାଙ୍କର ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଅଭିନେତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି । କଙ୍ଗନାଙ୍କର ଫିଲ୍ମ 'ଚନ୍ଦ୍ରମୁଖୀ-2' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମ 'ଜୱାନ' ପାଇଁ ଏହାର ରିଲିଜ ଡେଟକୁ ଘୁଞ୍ଚେଇ ଦିଆ ଯାଇଥିବା ବେଳେ ଆସନ୍ତା 28 ସେପ୍ଟେମ୍ବର ରେ ଏହାକୁ ରିଲିଜ କରାଯିବ । ଏହାସହ ୨୦ ଅକ୍ଟୋବରରେ କଙ୍ଗନାଙ୍କର ଅନ୍ୟ ଏକ ଫିଲ୍ମ ରିଲିଜ କରାଯିବ । ପ୍ରଥମ ଥର ପାଇଁ ଟାଇଗର ଶ୍ରଫଙ୍କ ସହ କଙ୍ଗନା 'ଗଣପତ ପାର୍ଟ-୧' ନଜର ଆସିବେ । ତେବେ କଙ୍ଗନାଙ୍କର ଫିଲ୍ମ ଗୁଡିକ ବକ୍ସ ଅଫିସରେ ରିଲିଜ ହେବା ପରେ କଣ କମାଲ କରିବ ଦେଖିବାକୁ ବାକି ରହିଲା ।