ମାତ୍ର 43 ବର୍ଷ ବୟସରେ ଚାଲିଗଲେ ବ୍ଲାକ୍ ପାନ୍ଥର, ସାରା ବିଶ୍ୱରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ
Khabar Odisha:Black-Panther-Chadwick-Bosman-died-at-age-43
ୱାଶିଂଟନ, ଅଗଷ୍ଟ ୨୯ (ଖବର ଓଡ଼ିଶା):

ବ୍ଲାକ୍ ପାନ୍ଥର୍ ଭାବରେ ସାରା ବିଶ୍ୱର ପ୍ରଶଂସକ ପ୍ରିୟ ପାଲଟିଥିବା ଜଣାଶୁଣା ଅଭିନେତା ଚାଡୱିକ୍ ବୋସମାନ୍ ଙ୍କ ପରଲୋକ ଘଟିଯାଇଛି । ମାତ୍ର 43 ବର୍ଷ ବୟସରେ କୋଲନ୍ କର୍କଟରେ ତାଙ୍କର ମୃତ୍ୟୁ ହୋଇଯାଇଛି | 43 ବର୍ଷିୟ ଅଭିନେତା ଚାଡୱିକ୍ ବୋସମାନଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କୁ ଗଭୀର ଚକିତ କରିଦେଇଛି, କାରଣ ସେ କ୍ୟାନ୍ସର ରୋଗ ବିଷୟରେ ପ୍ରଶଂସକ କିମ୍ବା ଗଣମାଧ୍ୟମକୁ କେବେବି ଜଣାଇ ନ ଥିଲେ ।

ମାର୍ଭେଲ ଫିଲ୍ମରେ ବ୍ଲାକ୍ ପାନ୍ଥର୍ ନାମକ ଏକ ସୁପରହିଟ୍ ଚରିତ୍ରରେ ଅଭିନୟ କରିଥିବା ରାଜା ଟେକ୍ଲାଙ୍କ ଚରିତ୍ରରେ ଅଭିନୟ କରିବା ପରେ ଚାଡୱିକ୍ ବୋସମାନ ପ୍ରସିଦ୍ଧ ହୋଇଥିଲେ । ତାଙ୍କ ସେକ୍ରେଟାରୀ ନିକ୍କି ଫିଓରାଭାଣ୍ଟେ ଚାଡୱିକ୍ ବୋସମାନଙ୍କ ମୃତ୍ୟୁ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଖବର ଶୁଣିବା ପରେ ସାରା ବିଶ୍ୱରେ ଥିବା ତାଙ୍କ ପ୍ରଶମସକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ଅନେକ ସେଲିବ୍ରେଟି ଦୁଃଖ ପ୍ରକାଶ କରିବା ସହ ଚାଡୱିକ୍ ବୋସମାନ୍ ଙ୍କ ପରିବାର ଲୋକଙ୍କୁ ଏଭଳି ବିପତ୍ତି ସମୟରେ ଧର୍ଯ୍ୟ ଧରିବା ପାଇଁ ସମବେଦନା ଜ୍ଞାପନ କରିଛନ୍ତି ।

  • Tags:

Subscribe

National International State Sports Entertainment