ଲିଫ୍ଟ ମାଗି ସୁଟିଂ ପାଇଁ ବାଇକ ରେ ଗଲେ ବିଗ୍‌-ବି ଅମିତାଭ
Khabar Odisha:Amitabh-Bachchan-takes-lift-on-strangers-bike-to-avoid-unsolvable-traffic-jams
ଖବର ଓଡିଶା : 15/05/2023:

ନିଜର ନିଖୁଣ ଅଭିନୟ ପାଇଁ ଆଜି ଯାଏ ବିଗ୍‌-ବି ବା ସୁପରଷ୍ଟାର ଅମିତାଭ ବଚ୍ଚନ ଯେତିକି ଜଣାଶୁଣା ତାଙ୍କର ବ୍ୟବହାର ଓ ସମାୟାନୁବର୍ତ୍ତୀତା ପାଇଁ ସେ ମଧ୍ୟ ସେତିକି ପରିଚିତ । ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି ନିଜର ଫିଲ୍ମୁ ସୁଟିଂ ସେଟ୍‌କୁ ତ ଜମାବି ନୁହେଁ । ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅନେକ ସମୟ ଅଟକିବାକୁ ପଡ଼ିଥିଲା । 

ସୂଚନା ଅନୁସାରେ ଅମିତାଭ ବଚ୍ଚନ ବର୍ତ୍ତମାନ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା । ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଏକ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ । 

ଏହାପରେ  ବିଗ୍‌-ବି ଅମିତାଭ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋରେ ଅମିତାଭ୍‌ ବାଇକ୍‌ ପଛରେ ବସିଥିବା ଦେଖିବାକୁ ମିଳିଛନ୍ତି । ‘ଧନ୍ୟବାଦ, ମୁଁ ତୁମକୁ ଜାଣିନାହିଁ... ତୁମେ ମୋତେ ମୋର କାର୍ଯ୍ୟସ୍ଥଳୀରେ ପହଞ୍ଚାଇଛ...ଥ୍ୟାଙ୍କୟୁ କ୍ୟାପ୍‌, ହଳଦିଆ ଟି-ସାର୍ଟ ମାଲିକ’ । ଅମିତାଭଙ୍କ ଏହି ପୋଷ୍ଟକୁ  ତାଙ୍କର ବହୁ ପ୍ରଶଂସକ ପସନ୍ଦ କରିଥିବା ବେଳେ ପୋଷ୍ଟଟିକୁ ଲାଇକ୍‌ କରିବା ସହ ନିଜର ମନ୍ତବ୍ୟ ଜଣାଇଛନ୍ତି ।

Subscribe

National International State Sports Entertainment