55 ବର୍ଷ ବୟସରେ ପାଦ ରଖିଲେ ଅଜୟ ଦେବଗନ ।ତେଣୁ ଅଭିନେତାଙ୍କୁ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଉଛନ୍ତି । ଅଜୟ ଦେବଗନ ଫ୍ୟାନ୍ସ ମାନଙ୍କୁ 'ମୈଦାନ' ମୁଭି ଉପହାର ଦେଇଛନ୍ତି । ଏହା ପୂର୍ବରୁ ଅଭିନେତା ଗତ ୭ ତାରିଖରେ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ କରିଥିଲେ । ବର୍ତ୍ତମାନ ଏକ ମାସ ପରେ ଫିଲ୍ମର ଫାଇନାଲ ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅଜୟ ଦେବଗନ ରିୟଲ ଟାଇମ ଫୁଟବଲ୍ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଶର୍ମା । ଇଦ୍ ଅବସରରେ ଅର୍ଥାତ ଏପ୍ରିଲ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଫିଲ୍ମ । ଏହି ଫିଲ୍ମଟି ଜଣେ ବାୟୋପିକ ଉପରେ ଆଧାରିତ ରହିଛି। ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ ଯାହାକି ବର୍ଷ ବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟାମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ଅଧିକା ପଢନ୍ତୁ:ଓଟିଟିରେ ରିଲିଜ ହେବ ଫିଲ୍ମ 'ସୈତାନ'