ଓଟିଟିରେ ରିଲିଜ ହେବ ଫିଲ୍ମ 'ସୈତାନ' । ଦର୍ଶକଙ୍କ ମନ ଜିଣିପାରିଛି ଫିଲ୍ମ 'ସୈତାନ'। ମୁଭିଟି ଗତ ମାର୍ଚ୍ଚ 8 ତରିଖରେ ପ୍ରେକ୍ଷାଳୟରେ ରିଲଜ ହୋଇଥିଲା । ଏହି ଫିଲ୍ମରେ ଅଭିନେତା ଆର ମାଧବନ ଏବଂ ଆଜୟ ଦେବଗନ ଏକା ସାଙ୍ଗରେ ଆସି ଦର୍ଶକଙ୍କ ମନକୁ ଜିଣି ପାରିଛନ୍ତି । ତେବେ ଫିଲ୍ମଟି ଦୁଇ ମାସ ପରେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଯେଉଁ ଥରେ ଯେଉଁ ଦର୍ଶକ ପ୍ରେକ୍ଷାଳୟରେ ଏହି ମୁଭିଟିକୁ ଦେଖି ନାହାନ୍ତି ସେମାନେ ଘରେ ବସି ଆରମରେ ଦେଖିପାରିବେ ।
ତେବେ ଆସନ୍ତୁ ଜାଣିବା ମୁଭିଟି କେଉଁ ପ୍ଲାଟଫର୍ମରେ ଆଉ କେବେ ରିଲିଜ ହେବେ ?
ଏହି ମୁଭି ଦର୍ଶକଙ୍କ ପାଖରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି । ତେବେ ଚଳଚିତ୍ରଟି 2024 ମେ ମାସ 3 ତରିଖରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ସୈତାନ' ଫିଲ୍ମଟି ଗୁଜୁରାଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, 2023ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହାର ହିନ୍ଦୀ ଭର୍ସନ 'ସୈତାନ' ରିଲିଜ ହୋଇଛି । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବାହଲ । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳାଯାଦୁ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହାର ସିନେମାଟୋଗ୍ରାଫି ଏବଂ କାହାଣୀ ପାଇଁ ଏହାକୁ ପ୍ରଶଂସା କରାଯାଇଛି ।
ଅଧିକା ପଢନ୍ତୁ:ଶ୍ରଦ୍ଧା କପୁର କାହିଁକି R ଅକ୍ଷରର ଲକେଟ ପିନ୍ଧିଛନ୍ତି