ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଗୋଟେ ଫୋଟୋ ସେୟାର କରିଛନ୍ତି। ଏହି ଫୋଟୋରେ ସେ ଆର ଅକ୍ଷରର ଏକ ଲକେଟ ପିନ୍ଧିଥିବାର ନଜର ଆସିଛନ୍ତି | ଏହି ଫୋଟୋଟି ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ରାହୁଲ ମୋଦୀଙ୍କ ନାମରେ ଲକେଟିକୁ ପିନ୍ଧିଛନ୍ତି।
ଗତ କିଛିଦିନ ହେବ ରାହୁଲ ମୋଦୀ ଏବଂ ଶ୍ରଦ୍ଧାଙ୍କ ରିଲେସନସିପକୁ ନେଇ ଅନେକ ଗୁଜବ ଉଠୁଛି। ତେବେ କିଛି ଦିନ ତଳେ ଶ୍ରଦ୍ଧା ଏବଂ ରାହୁଲଙ୍କୁ ଏକା ସାଙ୍ଗରେ ଅନନ୍ତ ଏବଂ ରାଧିକାଙ୍କ ପାର୍ଟିରେ ଦେଖିବାକୁ ମିଳିଥିଲା । ରାହୁଲ ମୋଦୀ ଜଣେ ଲେଖକ ଅଟନ୍ତି ସେ ଅନେକ ଫିଲ୍ମ ଲେଖିଛନ୍ତି ଯେମିତିକି ତୁ ଝୁଟି ମେନ୍ ମକର, ପୁଞ୍ଚନାମା 2, ସୋନୁ କି ଟିଟୁ କି ସୁଇଟି ଭଳି ଚଳଚ୍ଚିତ୍ରର ରାଇଟର ଅଟନ୍ତି। ଶ୍ରଦ୍ଧା ଗତ ରବିବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି - କିଛି ନାହିଁ ଭାଇ। ଆଜି ରବିବାର ତେଣୁ ମୁଁ କିଛି କରୁନାହିଁ |ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ପଚାରିଛନ୍ତି - R ନାମ ସହିତ ଏହି ଲକେଟର ରହସ୍ୟ କ’ଣ? ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି- ଏହି ଲକେଟର ମାନେ ହଉଛି ରାହୁଲ ମୋଦୀ । ଶ୍ରଦ୍ଧା ଏହି ଲକେଟ ପିନ୍ଧା ଫୋଟୋ ଟିକୁ ସେ ନିଜ ଇମଷ୍ଟାଗ୍ରାମ ଆକାଉଣ୍ଟରେ ପିନ୍ କରି ରଖିଛନ୍ତି ।
ନିକଟରେ ଏକ ସୂତ୍ରରୁ ଜଣାପଡିଛି ଯେ ଶ୍ରଦ୍ଧା ଏବଂ ରାହୁଲ ଖୁବ ଶୀଘ୍ର ସେମାନଙ୍କ ସମ୍ପର୍କ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସୂତ୍ରରୁ ଏହା ମଧ୍ୟ ଜଣା ପଡିଛି ଯେ ସେମାନେ ପରସ୍ପର ସହ ଫଟୋ ଉଠାଇବାକୁ ଭୟ କରନ୍ତି ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନେ ସହଜରେ ସେମାନଙ୍କର ସମ୍ପର୍କକୁ ସର୍ବସାଧାରଣ ଡୋମେନରେ ଆଣିବେ | ସେ କେବଳ ଉପଯୁକ୍ତ ସମୟରେ ଏହାର ଘୋଷଣା କରିବେ। ବର୍ତ୍ତମାନ, ଉଭୟ ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିଛନ୍ତି କାରଣ ସେମାନେ ଲାଇମଲାଇଟ୍ ହେବାକୁ ପସନ୍ଦ କରନ୍ତି ନାହିଁ |
ଅଧିକା ପଢନ୍ତୁ:ରାଜଧାନୀରେ ଅପରାଧୀ ଆତଙ୍କ