ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପୁଣି ଆତଙ୍କ ଖେଳାଇଲେ KBN ଗ୍ରୁପ୍। ରାଜଧାନୀରେ ପୁଣିଥରେ ଅପରାଧୀଙ୍କ ଆତଙ୍କ । ହୋଲି ସଂଧ୍ୟାରେ ଏହି ଗ୍ୟାଙ୍ଗ ସଦସ୍ୟ ଜାହାକୁ ଦେଖୁଥିଲେ ତାକୁ ହାଣୁଥିଲେ । ଏଥିରେ 3 ଜଣ ଗୁରୁତର ଆହାତ ଥିବା ସୂତନା ମିଳିଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଉଛି ।
ଅଭିଯୋଗ ଅନୁସାରେ ହୋଲି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ। ବହୁ ଗାଡ଼ି ଭଙ୍ଗାରୁଜା ବି କରିଛନ୍ତି। କିଛି ସମୟ ସେମାନଙ୍କ ପୁରା ଅକ୍ତିଆରରେ ଥିଲା ବ୍ରିଟ୍ କଲୋନି। ତେବେ ଆତଙ୍କ ଖେଳାଇଥିବା ଅଭିଯୁକ୍ତମାନେ KBN ଗ୍ରୁପର ବୋଲି ସୂଚନା ମିଳିଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।
ଅଧିକା ପଢନ୍ତୁ:ମରି ବି ଅମର...ଯବାନ କୃଷ୍ଣଚନ୍ଦ୍ର