ବିବାହର ୧୫ ବର୍ଷ ପରେ ଛାଡପତ୍ର ଘୋଷଣା କରିଛନ୍ତି ଅମୀର ଖାନ ଏବଂ କିରଣ ରାଓ
Khabar Odisha:Aamir-Khan-and-Kiran-Rao-announce-divorce-after-15-years-of-marriage

ମୁମ୍ବାଇ , ଜୁଲାଇ ୦୩(ଖବର ଓଡ଼ିଶା):ବଲିଉଡ ଅଭିନେତା ଅମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ଆଜି ଏକ ମିଳିତ ବିବୃତ୍ତିରେ ବିବାହର ୧୫ ବର୍ଷ ପରେ ଛାଡପତ୍ର ଘୋଷଣା କରିଛନ୍ତି। ଏହି ଦମ୍ପତି କହିଛନ୍ତି ଯେ ସେମାନେ ସେମାନଙ୍କର ପୁଅ ଆଜାଦ ରାଓ ଖାନଙ୍କର ମିଳିତ ଭାବରେ ନିଜର ଦାଇତ୍ୱ ତୁଲାଇବେ ଏବଂ ଦୁହିଁଙ୍କର ପାନି ଫାଉଣ୍ଡେସନରେ ବୃତ୍ତିଗତ ସହଭାଗୀତା ଏବଂ ‘ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଜାରି ରଖିବେ।

ତେବେ ସେମାନେ ଲେଖିଛନ୍ତି ଯେ ଏହି ୧୫ ସୁନ୍ଦର ବର୍ଷରେ ଆମେ ଏକ ସୂନ୍ଦର ଜୀବନ ଅନୁଭୂତି, ଆନନ୍ଦ ଏବଂ ହସ ବାଣ୍ଟିଛୁ ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବଢିଛି । ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ - ଆଉ ସ୍ୱାମୀ-ସ୍ତ୍ରୀ ନୁହେଁ, ବରଂ ପରସ୍ପର ପାଇଁ ସହ-ପିତାମାତା ଏବଂ ପରିବାର ଭାବରେ ବୋଲି ଆମିର ଖାନ ଏବଂ କିରଣ ରାଓ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ଅମୀର ଏବଂ କିରଣ କିଛିଦିନ ପୂର୍ବରୁ ଅଲଗା ହୋଇଥିଲେ ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ଅଲଗା ରହିବା ସତ୍ୱେ ସେମାନେ ନିଜ ପୁଅ ଆଜାଦ ରାଓ ଖାନଙ୍କୁ ଏକାଠି ଲାଳନପାଳନ କରିବେ। ପରିବାର ପରି ଆମ ଜୀବନକୁ ବାଣ୍ଟିବା ସହ ଆମେ ଆମ ପୁଅ ଆଜାଦଙ୍କ ପ୍ରତି ଉତ୍ସର୍ଗୀକୃତ ପିତାମାତା ଅଟୁ, ଯାହାକୁ ଆମେ ଏକାଠି ପାଳନ ପୋଷଣ କରିବୁ ଏବଂ ବଢାଇବୁ ବୋଲି ବିବୃତ୍ତିରେ କୁହାଯାଇଛି ।

  • Tags:

Subscribe

National International State Sports Entertainment