ବାଲେଶ୍ୱର: ଖଣି ବିଭାଗ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ବାଲି ଚୋରା ଚାଲାଣ l ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ଆକସନ ମୋଡ଼ରେ ବାଲେଶ୍ୱର ଜିଲ୍ଲାପାଳ l ପ୍ରତିଦିନ ଜଳେଶ୍ୱର ଚାଲନ୍ତି ଅଂଚଳରେ ଟିକସ ଫାଙ୍କି ସୀମାନ୍ତରେ ଦେଇ ସହ ଶହ ବାଲି ଚୋରା ଚାଲାଣ ହେଉଛି l ବାରମ୍ବାର ବନ୍ୟା ଓ ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତି ପଥ ବଦଳାଇ ଗାଁ ଗୁଡିକ ନଦୀ ଗର୍ଭକୁ ଯିବାକୁ ବସିଲାଣି l ଦିନରେ ବାଲି ଉତ୍ତୋଳନ ଆଉ ଏହି ବାଲିକୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗଚ୍ଛିତ କରି ରାତି ହେଲେ ବଡ଼ ବଡ଼ ଡମ୍ପରରେ ପୋଡାଶି ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଛି l ଏ ସମ୍ପର୍କ ରେ ଜିଲ୍ଲା ପାଳନକୁ ଅଭିଯୋଗ ଦେବା ପରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏସପି, ଆଇଆସିଙ୍କ ଏକ ଟିମ ଚଡାଉ କରି ୩୨ଟି ବାଲି ଗାଡି ଜବତ କରିଛନ୍ତି l