କଟକ: କଟକ ଏସସିବି ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟିଛି। ରାତି ପ୍ରାୟ ସାଢେ ଦୁଇଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା। ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ତିନୋଟି ଗାଡି ଲାଗିଥିଲା। ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଇଥିଲା।
ସ୍ବାସ୍ଥ୍ୟ ସଚିବ,କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଂଚିଥିଲେ। ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏସ ସି ବି ମେଡିକାଲରେ ପହଞ୍ଚି ପରିସ୍ଥିତି ବୁଲି ଦେଖୁଛନ୍ତି। ସ୍ବାସ୍ଥ୍ୟ ସଚିବ, କଟକ ଜିଲ୍ଲାପାଳ ଦ୍ୱାତ୍ୟ ନଗରୀର କମିଶନର ଉପସ୍ଥିତ ସହିତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରାଥମିକ ଭାବେ ଅନୁମାନ କରାଯାଉଛି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଏ ପରେ । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ। ଯୁଡ଼ିସିଆଲ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।