ବଲାଙ୍ଗିର: ଗତ ୧୧ ତାରିଖରେ ଢୁୁଲୁସର ରୁ ଷ୍ଟେସନ ଯିବା ବାଟରେ ମହିଳାଙ୍କ ବ୍ୟାଗ ଟି ଛିଣ୍ଡି ଯାଇ ତଳେ ପଡିଯାଇଥିଲା । ବ୍ୟାଗରେ ଥିଲା ସୁନାହାର,ଟଙ୍କା ଓ ଦରକାରୀ କାଗଜପତ୍ର । ତେବେ ରାସ୍ତାରୁ ବ୍ୟାଗ ଟି ପାଇଥିଲେ ଜଣେ ଅଟୋବାଲା । ବ୍ୟାଗ ଟି ପାଇବା ପରେ ପ୍ରଥମେ ସେହିଁ ବ୍ୟାଗରୁ ଫୋନ ଟି କାଢି ଏକ ନମ୍ବରକୁ କଲ କରିଥିଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମୋବାଇଲ ସ୍ବିଚଅଫ କରିଦେଇଥିଲେ । ଫଳରେ ବଲାଙ୍ଗିର ଟାଉନଥାନାରେ ଲିଲିମା କାଲସାଏ ଅଭିଯୋଗ କରିଥିଲେ।
ଟାଉନଥାନା ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ବ୍ୟାଗ ପାଇଥିବା ଅଟୋ ଚାଳକ ଠାରୁ ଅକ୍ଷତ ଅବସ୍ଥାରେ ବ୍ୟାଗ ଫେରାଇଥିଲା ପୋଲିସ । ବ୍ୟାଗରେ ଥିବା ସବୁ ସୁନା,ଟଙ୍କା ଓ କାଗଜପତ୍ର ବଲାଙ୍ଗିର ଟାଉନଥାନା ପୋଲିସ ମହିଳାଙ୍କୁ ହସ୍ତାନ୍ତର କରିଛି। ହଜିଥିବା ସୁନାଗହଣା ଓ ଟଙ୍କା ଫେରିପାଇବା ପରେ ମହିଳା ଜଣକ ବଲାଙ୍ଗିର ଟାଉନଥାନା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।