ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ନୂଆପଡା, ମେ ୨୧(ଖବର ଓଡିଶା): Share story: ବାଇକରେ ଯାଉଥିବା ବେଳେ ବାପପୁଅଙ୍କ ଉପରକୁ ଆଖିବୁଜା ଗିଳି ମାଡ କଲେ ଦୁର୍ବୃତ୍ତ । ଫଳରେ ଉଭୟ ଗୁରୁତର ହୋଇପଡିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଭର୍ତ୍ତି କରାଯାଇଥିଲା ପରେ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ସିନାପାଲିର ଦୁଇ କପଡା ବ୍ୟବସାୟୀ ସରୋଜ ମେହେର ଓ ପୁଇ ନବରଞ୍ଜନ ମେହେର ଘରୁ ବାହାରୁଥିଲେ । ଭଭୟ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଉଭୟ ବାପପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ସେପଟେ ଗୁଳିମାଡର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଓଡ଼ିଶା, Reporter, 21/05/2022