ଝିଅର ବାହାଘର ଲାଗି ସୁନା ଲୁଟିଥିଲେ ବାପା-ପୁଅ, ଗିରଫ କଲା ପୋଲିସ
Khabar Odisha:Crime-Person-involved-in-snatching-jewelery-and-his-son-arrested-by-Delhi-police

ନୂଆଦିଲ୍ଲୀ, ମାର୍ଚ୍ଚ ୨୯ (ଖବର ଓଡ଼ିଶା): ଝିଅର ବିବାହ ପାଇଁ ସୁନା ଏକତ୍ର କରିବାକୁ ରାଜରାସ୍ତାରେ ଲୋକଙ୍କୁ ଲୁଟିବାରେ କାମରେ ସଂପୃକ୍ତ ଥିବା ବାପା-ପୁଅଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ପୋଲିସ ରବିବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛି । ପୋଲିସ କହିବା ଅନୁସାରେ ଗତ ଫେବ୍ରୁଆରୀ ୧୭ ତାରିଖରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଳେ ଯେ, କଳା ରଂଗର ସ୍କୁଟରରେ ୨ ଜଣ ବ୍ୟକ୍ତି ଜଣେ ମହିଳାଙ୍କର ସୁନା ଚେନ ଲୁଟି ନେଇଥିଲେ । 

ଅନ୍ୟ ଏକ ଲୁଟ ଘଟଣା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ପୋଲିସ ଉପାୟୁକ୍ତ (ଦ୍ୱାରକା) ସନ୍ତୋଷ କୁମାର ମୀନା କହିଛନ୍ତି ତଦନ୍ତରୁ ଜଣାପଡ଼ିଛି ଯେ, ସର୍ବପାଳ ସିଂହ ଓ ତା’ର ୨୪ ବର୍ଷୀୟ ପୁଅ ଜସମୀତଙ୍କୁ ହରିୟାଣାର ବାହାଦୂରଗଡ଼ରୁ ଗିରଫ କରାଯାଇଛି । ଡିସିପି କିହଛନ୍ତି ଯେ, ସର୍ବପାଳ କଳା ରଂଗର ମାସ୍କ, କଳାରଂଗର ହେଲମେଟ ପିନ୍ଧୁଥିଲା । ସ୍କୁଟର ଆଗରେ ନମ୍ବର ପ୍ଲେଟ ଉପରେ ଧଳା କାଗଜ ଲେଖିଥିଲା ଏବଂ ପଛପଟ ନମ୍ବର ପ୍ଲେଟରେ କାଦୁଅ ଲଗାଇ ଦେଇଥିଲା । 

ପୋଲିସ କହିଛି ଯେ, ଝିଅର ନିର୍ବନ୍ଧ ପରେ ବାପା-ପୁଅ ସୁନା ଚୋରି ଓ ଲୁଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କାରଣ ବିବାହ ପାଇଁ ଘରେ ଟଙ୍କା ନଥିବାରୁ ସେମାନେ ସୁନା ଗହଣ ଏକତ୍ର କରିବାକୁ ଲୁଟ କାମ କରିବାକୁ ଚିନ୍ତା କରିଥିଲେ । 

 

  • Tags:

Subscribe

National International State Sports Entertainment