କଟକ: କଟକ ସହରରେ ଉଡ଼ିଲା ପାଲେଷ୍ଟାଇନ ପତାକା । ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରାରେ ଜଣେ ଯୁବକ ପାଲେଷ୍ଟାଇନ ପତାକା ଉଡାଉଥିବା ଅଭିଯୋଗ ହୋଇଛି । ପୁଲିସ ଶୋଭାଯାତ୍ରାରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ମହାପୁରୁଷ ମହମ୍ମଦ ଜୟନ୍ତୀ ଉପଲକ୍ଷେ ସୋମବାର କଟକ ଦରଘାବଜାରରେ ଜୁଲୁସ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ଜଣେ ଯୁବକ ପାଲେଷ୍ଟାଇନ୍ ପତାକା ଉଡ଼ାଉଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପୁଲିସ ସୂଚନା ପାଇ ସଂପୃକ୍ତ ଯୁବକକୁ ତାଗିଦ କରିବା ସହିତ ପତାକାକୁ ଜବତ କରିଥିଲା । କିଛି ସମୟ ପାଇଁ ଶୋଭାଯାତ୍ରା ବନ୍ଦ ରହିଥିଲା । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ପୁଣି ଶୋବାଯାତ୍ରା ଆରମ୍ଭ ହୋଇଥିଲା ।
ତେବେ ପାଲେଷ୍ଟାଇନ ପତାକା ଜଣେ ଯୁବକ ଉଡାଉଥିବା ଅଭିଯୋଗ ହୋଇଥିଲା । ତେବେ ଜବତ ପତାକା ପାଲେଷ୍ଟାଇନ ପତକା ବୋଲି ଜଣାପଡୁ ନ ଥିବାବେଳେ ସେହିଭଳି ପତକା ବୋଲି ସନ୍ଦେହ କରାଯାଉଥିବା ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି । ଏହାକୁ ନେଇ ବିବାଦ ଯେପରି ନ ହେବ ସେଥିପାଇଁ ପତାକା ଜବତ କରାଯାଇଥିବା ଡିସିପି କହିଛନ୍ତି ।