ଖବର ଓଡ଼ିଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଗଛ ମାଆଙ୍କ ନା ରେ’ ଦେଇଥିବା ସ୍ଲୋଗାନକୁ ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳର ପରିବେଶ ପ୍ରେମୀ ଆଉ ଏକ ପାଦ ଆଗକୁ ନେଇଛନ୍ତି । ଦୁର୍ଗାପାଲି ରିଙ୍ଗ ରୋଡ଼ର ଉଭୟ ପାର୍ଶ୍ୱକୁ ସବୁଜିମା କରିବାକୁ ପ୍ରୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି ।
‘ଗୋଟିଏ ଗଛ ମାଆଙ୍କ ନା ରେ’ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରାଯାଇଛି । ଦୁର୍ଗାପାଲି ଗୁଡ଼େଶ୍ୱର ମନ୍ଦିର ରାସ୍ତାର ଉଭୟ ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳବାସିନ୍ଦାଙ୍କ ସହ ବହୁ ପରିବେଶ ପ୍ରେମୀ ଓ ବିଜେପି କର୍ମୀମାନେ ଯୋଗ ଦେଇଥିଲେ ।
ଶ୍ରୀ ପୂଜାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ଲୋଗାନକୁ ସଫଳ କରିବାକୁ ଭାରତ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କାମ କରୁଛନ୍ତି । ସବୁଜ ଭାରତ, ସବୁଜ ଓଡ଼ିଶା ଏବଂ ସବୁଜ ସମ୍ବଲପୁର ଗଠନ କରିବାକୁ ସେ ଜନତାଙ୍କୁ ଆହ୍ୱାନ କରିଛନ୍ତି ।