ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ ହାଟରେ କେବଳ ଖୋଲା ରହିବ ହୋଲସେଲିଂ ଦୋକାନ, ଜନଗହଳିକୁ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶ
Khabar Odisha:wholeselling-shop-will-open-in-unit-1-and-unit-4-market
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ କଡ଼ାକଡ଼ି ହେଲା କଟକଣା । ଲୋକଙ୍କ ଗହଳି ଭାଙ୍ଗଛି ସାମାଜିକ ଦୂରତ୍ୱ । ତେଣୁ ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ  କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର।
ବିଏମସି କମିଶନର ଙ୍କ କହିବାନୁସାରେ, ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ  କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ ।କୌଣସି ପରିସ୍ଥିତିରେ ବି ଏହି ହୋଲସେଲର ମାର୍କେଟରେ ଗ୍ରାହକମାନଙ୍କୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ସେହିପରି ବିଏମସି ପକ୍ଷରୁ ଚିହ୍ନଟ ହୋଇଥିବା ୬୮ଟି ସ୍ଥାନରେ ରିଟେଲିଂ ମାର୍କେଟ ବସିବ। ଏହି ସବୁ ସ୍ଥାନମାନଙ୍କରେ ଖୁଚୁରା ବ୍ୟବସାୟ କିଭଳି ସୁରୁଖୁରୁରେ ଚାଲିବ ତାହା ଜୋନାଲ ଡେପୁଟି କମିଶନର ସୁନିଶ୍ଚିତ କରିବେ ।
ବିଭିନ୍ନ ମାର୍କେଟରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏପରି   ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି ।

  • Tags:

Subscribe

National International State Sports Entertainment