ମୁମ୍ବାଇ: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ପଦ୍ମବିଭୂଷଣ ପ୍ରାପ୍ତ ବିଶିଷ୍ଟ ଉଦ୍ୟୋଗପତି ରନତ ଟାଟାଙ୍କ ପରଲୋକ ଘଟିଛି । ୮୬ ବର୍ଷ ବୟସରେ ସେ ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କ ବିୟୋଗରେ ଦେଶରେ ଶୋକର ଲହରି ଖେଳି ଯାଇଛି । ରତନ ଟାଟାଙ୍କ ନିଧନ ପରେ ଏବେ ସଭିଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, ଟାଟା ଗ୍ରୁପର ପରବର୍ତ୍ତୀ ମୁଖ୍ୟ କିଏ ହେବ ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱ ବହନ କରୁଛି କାରଣ ରନତ ଟାଟା ଆଜୀବନ ଅବିବାହିତ ଥିଲେ । ରତନ ଟାଟାଙ୍କ ମୋଟ୍ ସଂପତ୍ତି ପ୍ରାୟ ୩୮୦୦ କୋଟି ଟଙ୍କା ହୋଇଥିବା କୁହାଯାଉଛି ।
କିଏ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ
ରତନ ଟାଟାଙ୍କ ନିଧନ ପରେ ଏବେ ଟାଟା ଗ୍ରୁପର ଉତ୍ତରାଧିକାରୀ କିଏ ହେବ, ତାଙ୍କ ସ୍ଥାନ କିଏ ନେବ ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ତେବେ ଟାଟା ଗ୍ରୁପରେ ଉତ୍ତରାଧିକାରୀର ଯୋଜନା ପୂର୍ବରୁ ହିଁ ନିର୍ଦ୍ଧାରିତ ଅଛି । ଏନ ଚନ୍ଦ୍ରଶେଖରନ ୨୦୧୭ରେ ହୋର୍ଲ୍ିଂ କମ୍ପାନି, ଟାଟା ସନ୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ପରିବାରର ଅନ୍ୟ ଲୋକ ବ୍ୟବସାୟର ବିଭିନ୍ନ ସେକ୍ଟରର ନେତୃତ୍ୱ ନେଉଛନ୍ତି, ଯିଏ ସମ୍ଭବତଃ ଭବିଷ୍ୟତରେ ନେତୃତ୍ୱ ଭୂମିକା ନିର୍ବାହ କରିବେ ।
ଦୌଡରେ ଆଗରେ ନୋଏଲ ଟାଟା
ନୋବଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିନୋମଙ୍କଠୁ ଜନ୍ମିତ ନୋଏଲ ଟାଟା ରତନ ଟାଟାଙ୍କ ପୋଷ୍ୟ ଭାଇ ହେବେ । ଏହି ପାରିବାରିକ ବନ୍ଧନ ନୋଏଲ ଟାଟାଙ୍କୁ ଟାଟାର ଦାୟିତ୍ୱ ସମ୍ଭାଳିବା ମାମଲାରେ ସବୁଠୁ ଆଗରେ ରଖୁଛି । ତେବେ ତାଙ୍କର ବୟସକୁ ଦେଖିଲେ ତାଙ୍କ ତିନି ପିଲାଙ୍କ ମଧ୍ୟରୁ କେହି ଜଣେ ଟାଟା ଗ୍ରୁପର ଦାୟିତ୍ୱ ନେଇ ପାରନ୍ତି ।
ମାୟା, ନେବିଲ ଲିୟା ଟାଟା
ନୋଏଲ ଟାଟାଙ୍କ ତିନି ପିଲା ଅଛନ୍ତି । ଏମାନେ ହିଁ ଟାଟା ଗ୍ରୁପର ସମ୍ଭାବିତ ଉତ୍ତରାଧିକାରୀ ହୋଇ ପାରନ୍ତି । ସବୁଠୁ ବଡ ଲିୟା ଟାଟା ସ୍ପେନର ମ୍ୟାଦ୍ରିଦରେ ଆଇଆଇ ବିଜନେଓ ସ୍କୁଲରେ ମାର୍କେଟିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ୨୦୦୬ରେ ତାଜ ହୋଟେଲ ରିସୋର୍ଟ ଆଣ୍ଡ ପ୍ୟାଲେସେସରେ ସହାୟକ ସେଲ୍ସ ମ୍ୟାନେଜର ଭାବେ ଟାଟା ଗ୍ରୁପରେ ସାମିଲ ହୋଇଥିଲେ । ଏବେ ସେ ବିଭିନ୍ନ ଭୂମିକା ନିଭାଇବା ସହ ଦ ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡର ସଭାପତି ଭାବେ କାର୍ଯ୍ୟରତ ।
ଛୋଟ ଝିା ମାୟା ଟାଟା ଗ୍ରୁପର ପ୍ରମୁଖ ଫାଇନାନ୍ସ ସର୍ଭିସ କମ୍ପାନିରେ ଜଣେ ବିଶ୍ଳେଷକ ରୂପେ ଟାଟା କ୍ୟାପିଟାଲରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଭାଇ ନେଭିଲ ଟାଟା ଟ୍ରେଣ୍ଟରେ ନିଜର ପେଶାଦାର କ୍ୟାରିୟର ଆରମ୍ଭ କରିଥିଲେ । ସେ କମ୍ପାନିର ରିଟେଲ ଚେନ ନିର୍ମାଣରେ କାମ କରିଛନ୍ତି ।