ପରିଶ୍ରମ କଲେ ସାମ୍ୱାଦିକ, Google ରୋଜଗାର କଲା ୩୩ ହଜାର କୋଟି, ଏବେ ନିଜ ଭାଗ ମାଗିଲେ ସାମ୍ୱାଦିକ
Khabar Odisha:Sports-cricket-odisha-google-earned-4-7-billion-dollar-from-news-business-in-2018
ନୂଆଦିଲ୍ଲୀ, ଜୁନ ୧୦(ଖବର ଓଡିଶା):

ଗତ ବର୍ଷ ସାମ୍ୱାଦିକଙ୍କ କାମରୁ ୪.୭ ଅରବ ଡଲାର (ପାଖାପାଖି ୩୩ ହଜାର କୋଟି) ରୋଜଗାର କରିଛି Google । Google ନ୍ୟୁଜ ଓ ସର୍ଚ୍ଚ ମାଧ୍ୟମରେ Google ଏହି ରୋଜଗାର କରିଛି । ମିଡିଆ ହାଉସଗୁଡିକର ଅନଲାଇନ ବିଜ୍ଞାପନରୁ ହେଉଥିବା ରୋଜଗାରରୁ ବହୁଳ ମାତ୍ରାରେ କମ୍ କରିଛି, ଯାହା ସେମାନଙ୍କର ଆୟର ପ୍ରମୁଖ ଉତ୍ସ । ଏଥିପାଇଁ ଅନେକ ମିଡିଆ ହାଉସ୍ ପରିଚାଳନା କମ୍ ହୋଇଯାଇଥିବା ବେଳେ ଅନେକ ବନ୍ଦ ହୋଇଯାଇଛି । 

ନ୍ୟୁଜ ମିଡିଆ ଆଲାଏନ୍ସ(ଏନଏମଏ)କୁ ଜାରି କରାଯାଇତିବା ଏକ ରିପୋର୍ଟରେ ଏହା ଜଣା ପଡିଛି । ଆମେରିକାରେ ୨୦୦୦ ରୁ ଅଧିକ ଖବର କାଗଜର ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ହେଉଛି  ନ୍ୟୁଜ ମିଡିଆ ଆଲାଏନ୍ସ । Google କାରବାରରେ ଖବରର ବହୁତ ବଡ ଭୂମିକା ରହିଛି । 

ନ୍ୟୁୟର୍କ ଟାଇମ୍ସ, ନ୍ୟୁଜ ମିଡିଆ ଆଲାଏନ୍ସର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ଶେୱର୍ଣ୍ଣଙ୍କ ସହିତ ମିଶି କହିଥିଲେ ଯେ, ଯେଉଁ ସାମ୍ୱାଦିକ ମାନେ ଏହି କଣ୍ଟେଟ ( କୌଣସି ଲେଖା କିମ୍ୱା ଭିଡିଓ) ପ୍ରସ୍ତୁତ କରିଛନ୍ତି, ଏହି ୪.୭ ଅରବ ଡଲାରର କିଛି ଭାଗ ସେମାନଙ୍କୁ ମିଳିବା ଦରକାର । ରିପୋର୍ଟରେ କୁହାଯାଇଛି ଯେ, Google ନିଜର ସର୍ଚ୍ଚ ଏବଂ ଗୁଗୁଲ ନ୍ୟୁଜ୍ ମାଧ୍ୟମରେ ୨୦୧୮ରେ ଖବରକାଗଜ ଏବଂ ପ୍ରକାଶକଙ୍କ କାମରୁ ଏହି ରୋଜଗାର କରିଛି । 

Subscribe

National International State Sports Entertainment