ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାରରେ ସୋମବାର ପୁଣି ହଇଚଇ ଦେଖାଯାଇଛି। ଆଜି ସକାଳେ ବଜାର ଖୋଲିବା ମାତ୍ରେ ଉଭୟ ସୂଚକାଙ୍କ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଜାପାନ ଷ୍ଟକ ମାର୍କେଟ କାରଣରୁ ଏହି ବିକ୍ରୟ ହୋଇଛି। ପୂର୍ବ କାରବାର ଅଧିବେଶନ ଅର୍ଥାତ୍ ଶୁକ୍ରବାର ସେନ୍ସେକ୍ସ ଓ ନିଫ୍ଟି ନିମ୍ନ ସ୍ତରରେ ବନ୍ଦ ହୋଇଥିଲା।
ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସ ୧୩୧୦.୪୭ ପଏଣ୍ଟ ବା ୧.୬୨ ପ୍ରତିଶତ ହ୍ରାସ ପାଇ ୭୯,୬୭୧.୪୮ରେ ପହଞ୍ଚିଛି। ଏନଏସଇ ନିଫ୍ଟି ୪୦୪.୪୦ ପଏଣ୍ଟ ବା ୧.୬୪ ପ୍ରତିଶତ ହ୍ରାସ ପାଇ ୨୪,୩୧୩.୩୦ରେ ପହଞ୍ଚିଛି। ନିଫ୍ଟି, ଆପୋଲୋ ହସ୍ପିଟାଲ ଓ ସନ୍ ଫାର୍ମାରେ ବୃଦ୍ଧି ଘଟିଛି। ମାରୁତି ସୁଜୁକି, ଟାଟା ମୋଟର୍ସ, ହିଣ୍ଡାଲ୍କୋ, ଟାଇଟାନ୍ କମ୍ପାନି ଏବଂ ଟାଟା ଷ୍ଟିଲ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ତେବେ ଭାରତୀୟ ସେୟାର ବଜାର ଡାଉନ୍ ହେବା କାରଣରୁ ନିବେଶକମାନଙ୍କ ମନରେ ଉତ୍ସାହ ନଥିବା ଦେଖାଯାଉଛି।